ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁରଙ୍କୁ ସସପେଣ୍ଡ କରାଯାଇଛି। ରବିବାର ନାବାଳିକାଙ୍କ ମା’ ସୋହେଲା ଥାନା ଏଏସ୍‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ବରଗଡ଼ ଏସ୍‌ପି ଏଏସ୍‌ଆଇଙ୍କୁ ସସପେଣ୍ଡ କରିଥିଲେ।

ଅଭିଯୋଗ ଅନୁଯାୟୀ, ଫେବ୍ରୁଆରି ୮ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ପୋଲିସ୍‌ ନାବାଳିକା ଜଣଙ୍କୁ ସୋହେଲାରୁ ଉଦ୍ଧାର କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ରିକୁ ନାଗ ତାଙ୍କୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାଙ୍କୁ ଏଏସ୍ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା। ତା’ପରେ ସେ ସେଠାରୁ ପଳାଇଥିଲା। ରାତିରେ ଏଏସ୍‌ଆଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ଘଟଣାରେ ଏଏସ୍‌ଆଇଙ୍କୁ ସସପେଣ୍ଡ କରାଯାଇଛି ଏବଂ ରିକୁ ନାଗଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହାସହ ନାବାଳିକା ଜଣଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି।

Comment