ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ସଚିବାଳୟରେ ମକ୍‌ ପୋଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମକ୍‌ ପୋଲ ବେଳେ ଇଭିଏମ୍‌ ଭିଭିପାଟ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କୁ ଏହି ଅବସରରେ ତାଲିମ୍‌ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରଥମ ମକ୍‌ ଭୋଟ ଦେଇଛନ୍ତି। ଇଭିଏମ୍‌ ଶତ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ଆଦିତ୍ୟ ପାଢ଼ି। ତେବେ ଆସନ୍ତା ୧୪ରେ ଭୁବନେଶ୍ୱର ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ନିର୍ବାଚନୀକୁ ନେଇ ହେଉଥିବା ପ୍ରସ୍ତୁତିକୁ ସମୀକ୍ଷା କରିବା ସହ ଏନେଇ ଆଲୋଚନା କରିବେ ନିର୍ବାଚନ କମିଶନର।

Comment