ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱାଲର୍ଡ କପ୍‌ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ୭ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ବାକି ରହିଛି। ନିକଟରେ ୱାନଡେ ମ୍ୟାଚ୍‌ ବିଜେତା ଅଷ୍ଟ୍ରେଲିଆ ଟିମ୍‌ ୨୪ ଫେବ୍ରୁଆରିରୁ ଭାରତ ଗସ୍ତରେ ରହିବେ।

ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଦୁଇଟି ଟି-୨୦ ଏବଂ ୫ଟି ୱାନଡେ ମ୍ୟାଚ୍‌ ଖେଳିବ। ତେବେ କୁହାଯାଉଛି ଏହି ମ୍ୟାଚ୍‌ ଗୁଡିକରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ। ସୂଚନାନୁସାରେ ରୋହିତଙ୍କୁ  ୱାନଡେ ସିରିଜ୍‌ରୁ ବି ବାଦ ରଖାଯାଇପାରେ।

ରୋହିତଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ସିରିଜ୍‌ରୁ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯାଇଥିଲା। ବିରାଟଙ୍କ ଅନୁପସ୍ଥିତିରେ ରୋହିତ ତାଙ୍କ ସ୍ଥାନ ସମ୍ଭାଳିଥିଲେ। ତେବେ ୱାଲର୍ଡକପ୍‌କୁ ଦୃଷ୍ଟିରେ ରଖି ଚୟନ କମିଟି ଖେଳାଳୀଙ୍କୁ ବିଶ୍ରାମ ଦେଉଥିବା କୁହାଯାଉଛି।

ସେହିପରି ଦ୍ରୁତ ବୋଲର ଜସପ୍ରୀତ୍‌ ବୁମରା ଟିମ୍‌କୁ ଫେରିପାରନ୍ତି। ବୁମରା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସିରିଜ୍‌ରେ ବିଶ୍ରାମ ଦିଆ।ଯାଇଥିଲା। ଏହା ସହିତ ଚୟନ କମିଟି କୁଲଦୀପ୍‌ ଯାଦବ ଓ ଯୋଗେନ୍ଦ୍ର ଚହଲଙ୍କ ଆବଶ୍ୟକତାକୁ ନେଇ ଚିନ୍ତା କରୁଛନ୍ତି।

Comment