ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ସ୍ଥାନୀୟ ରାଜକନିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ନାବଳିକା ଜଣକ ଆଜି ନିଜ ବାଡ଼ିକୁ ଶୌଚ ହେବା ପାଇଁ ଯାଇଥିଲେ। ଶୌଚ ହେବା ବେଳେ ରଣଜିତ ରାଉତ ନାମକ ଜଣେ ଯୁବକ ଶିଶୁଟିକୁ ପାଖକୁ ଡାକିଥିଲା। ହେଲେ ସେ ନଶୁଣିବାରୁ ଯୁବକଟି ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ  କରିଥିବା ଅଭିଯୋଗ ହୋଇଛି। ନାବାଳିକା ଏ ସମ୍ପର୍କରେ ନିଜ ଘରେ କହିବା ପରେ ପରିବାର ବର୍ଗ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ନାବାଳିକାକୁ ରାଜକନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ପାଇ ରାଜକନିକା ଭାରାପ୍ରାପ୍ତ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଅଭିଯୁକ୍ତ ରଣଜିତ ରାଉତକୁ ଗିରଫ କରିଛନ୍ତି। ରଣଜିତ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର 376 AB ଓ ପୋକ୍ସୋ ଆଇନର ୬ ଧାରାରେ ମାମଲା ରୁଜୁ କରିଛି ପୋଲିସ। ଗୁରୁବାର ରଣଜିତକୁ କୋର୍ଟ ଚାଲାଣ କରାଯିବ।

Comment