ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍‌ ପକ୍ଷରୁ ଗୁରୁବାର ଏନକାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ମହମ୍ମଦ ଇମ୍‌ରାନ ଆହତ ହୋଇଛି। ଅପରାଧୀ ମହମ୍ମଦ ଇମ୍‌ରାନଙ୍କ ଡାହଣ ଗୋଡ଼ରେ ଭୁଳି ବାଜିଛି। ଏହି ଏନ୍‌କାଉଣ୍ଟରରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି।

ଆହତ ମହମ୍ମଦ ଇମ୍‌ରାନକୁ ଭଞ୍ଜନଗର ଉନଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଞ୍ଜନଗର ପୋଲିସ ଅପରାଧୀ ଇମ୍‌ରାନ ପାଖରୁ ଗୋଟିଏ ୯ ଏମ୍‌ଏମ୍‌ ବନ୍ଧୁକ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି।

ଗତ ଫେବ୍ରୁଆରି ୭ରେ ଭଞ୍ଜନଗର ବଜାରରେ ହୋଇଥିବା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହେଉଛି ଅପରାଧୀ ମହମ୍ମଦ ଇମ୍‌ରାନ।

Comment