ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜନତା କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସି ଅଟକି ରହିଥିଲେ ଶହଶହ ଯାତ୍ରୀ। ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଟି ବସ ଯୋଗେ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନକୁ ପଠା ଯାଇଛି।

ଏହି ଯାତ୍ରୀମାନେ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ଆସିଥିଲେ ଓ ସୋରଡ଼ା, ଭଞ୍ଜନଗର, ତପ୍ତପାଣି ଆଦି ସ୍ଥାନକୁ ସିଟି ବସ ଯୋଗେ ଯାଇଥିଲେ।

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମାଲେଶ୍ଵର ପାତ୍ର ଓ ବିନୋଦ କୁମାର ବେହେରା ସମସ୍ତ ଯାତ୍ରୀଙ୍କ ନାଁ, ଠିକଣା ଓ ସେମାନେ କେଉଁଠାରୁ ଆସିଛନ୍ତି ତାହାର ବିବରଣୀ ରଖି ଥିଲେ। ନିୟମ ଅନୁଯାୟୀ ପ୍ରତି ଯାତ୍ରୀଙ୍କଠାରୁ ସର୍ବନିମ୍ନ ୮୦ ଟଙ୍କା ଭଡା ନିଆ ଯାଇଥିଲା।

Comment