ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଘଟଣା ପରେ ଭାରତ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିଛି। ଏନେଇ ଶନିବାର କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

ମାତ୍ର ଆଉ କିଛି ସମୟ ପରେ ଏହି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟତଃ ସମସ୍ତ ବଡ଼ ବଡ଼ ରାଜନୈତିକ ଦଳ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯିବ।

ଭାରତର ଆଗାମୀ ପଦକ୍ଷେପ କ’ଣ ହେବ ଏହି ବୈଠକରେ ନିଷ୍ପତ୍ତି ହେବ।

ଏହା ପୂର୍ବରୁ ରାଜନାଥ ସିଂହ ଶ୍ରୀନଗର ଗସ୍ତ କରିଥିଲେ। ସେଠାରେ ସୁରକ୍ଷକର୍ମୀଙ୍କ କାର୍ଯ୍ୟାଳୟକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ।

Comment