ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡରେ ସହିଦ ଯବାନଙ୍କୁ ମୁଖାଗ୍ନି ଦେଲେ ଅଢ଼େଇ ବର୍ଷର ପୁଅ।

ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ୪୦ରୁ ଅଧିକ ଯବାନ ସହିଦ ହେବା ଘଟଣା ଯେତିକି ଲୋମଟାଙ୍କୁରା ଥିଲା ତାଠୁ ଅଧିକ ହୃଦୟ ବିଦାରକ ହେଉଛି ସହିଦଙ୍କୁ ବିଦାୟ ବେଳାର ଦୃଶ୍ୟ। ଏହି ବିଦାୟ ବେଳାର ଦୃଶ୍ୟ ଯିଏ ଦେଖିଛି ତା’ ଆଖିରୁ ଲୁହ ଗଡ଼ିଛି।

ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଅଧିକ ଯବାନ ସହିଦ ହୋଇଥିଲେ। ସହିଦ ଯବାନଙ୍କ ମରଶରୀର ଶ୍ରୀନଗରରରୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ପୈତୃକ ଗ୍ରାମ ଅଭିମୁଖେ ସହିଦଙ୍କ ମରଶରୀରକୁ ପଠା ଯାଇଥିଲା।

ମର ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସବୁଠି ଶୋକର ଛାୟା ଖେଳି ଯାଇଛି। ହେଲେ ଉତ୍ତରାଖଣ୍ଡରେ ସହିଦଙ୍କୁ ଶେଷ ବିଦାୟ ଦେବା ଘଟଣା ଥିଲା ସବୁଠୁ ହୃଦୟ ବିଦାରକ।

ଉତ୍ତରାଖଣ୍ଡର ଉଧମାସିଂହ ନଗରରେ ସହିଦ ଯବାନ ବୀରେନ୍ଦ୍ର ସିଂଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହିଦଙ୍କୁ ତୋପ ସଲାମୀ ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଶେଷକୃତ୍ୟ ସମ୍ପନ୍ନ ବେଳର ଦୃଶ୍ୟ ସମସ୍ତଙ୍କ ଆଖିରୁ ଲୁହ ଗଡ଼ାଇ ଦେଇଥିଲା। ଅଢ଼େଇ ବର୍ଷର ପୁଅ ଯେତେବେଳେ ନିଜ ହାତରେ ସହିଦ ବୀରେନ୍ଦ୍ରଙ୍କୁ ମୁଖାଗ୍ନି ଦେଇଥିଲେ ତାହା ଅତ୍ୟନ୍ତ  ଦୁଃଖଦାୟକ ଥିଲା।

ବୀରେନ୍ଦ୍ର ଗତ ଚାରି ବର୍ଷ ତଳେ ବିବାହ କରିଥିଲେ। ସ୍ତ୍ରୀଙ୍କ କୋଳରେ ଅମେଇ ବର୍ଷର ଶିଶୁପୁତ୍ରକୁ ଛାଡ଼ିଦେଇ ଦେଶ ସେବା କରିବାକୁ ଘର ଛାଡ଼ିଥିଲେ। ହେଲେ ପୁଅ ମୁହଁରୁ ବାପା ଡାକ ଶୁଣିବା ପୂର୍ବରୁ ବୀରେନ୍ଦ୍ର ସହିଦ ହୋଇଗଲେ।

Comment