ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଏଞ୍ଜେନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ମାସିକ କାମ ଦେବା ଓ ମାସିକ ଦରମା ପ୍ରଦାନ କରିବା ଦାବି।

ଆଜି ଠାରୁ କେନ୍ଦ୍ରାପଡା ଜିଲ୍ଲାରେ ଏଞ୍ଜେନରେ ଠିକାରେ କାମ କରୁଥିବା ୬୫୦ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ। ଆଜି ଠାରୁ ଏଞ୍ଜେନ ବିଦ୍ୟୁତ କମ୍ପାନୀ ନିକଟରେ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟରତ ୬୫୦ରୁ ଅଧିକ ଠିକା କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି  । ଫଳରେ ‘ଏଞ୍ଜେନ’ ଜିଲ୍ଲାରେ ଯୋଗାଉଥିବା ବିଦ୍ୟୁତ ସେବା ବ୍ୟବସ୍ଥାରେ ଏକ ପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇପାରେ।

ଏଞ୍ଜେନ ଠିକା କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହାର ସଂଘ ଓ ଏଞ୍ଜେନ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନାରେ ସହମତି ହେଲାନି।

ଗତ ୧୨ତାରିଖରେ ଏଞ୍ଜେନ ପାଇଁ କାମ କରୁଥିବା ଠିକା ଶ୍ରମିକ ମାନଙ୍କର ବାର୍ଷିକ ଉତ୍ସବରେ ସେମାନଙ୍କୁ ନିୟମିତ ହାରରେ ଦରମା ଦେବାକୁ ସଂଘ ନିଷ୍ପତ୍ତି କରି ଏଞ୍ଜେନ ବିଦ୍ୟୁତ କମ୍ପାନୀଙ୍କୁ ଜଣାଇ ଥିଲା।

ରାଜ୍ୟ ଏଞ୍ଜେନ ବିଦ୍ୟୁତ କମ୍ପାନୀର ନିର୍ଦ୍ଦେଶରେ ସ୍ଥାନୀୟ ଏଞ୍ଜେନର ସର୍ବୋଚ୍ଚ ବିଭାଗୀୟ କର୍ମକର୍ତ୍ତା ମାନଙ୍କର ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଞ୍ଜେନ ବିଦ୍ୟୁତ କମ୍ପାନୀର ସର୍ଭିସ ପ୍ରୋଭାଇଡର ଆଡିକୋ ନାମକ ଏକ ସଂସ୍ଥା ଅଧିନରେ କାମ କରୁଥିବା ମିଟର ରିଡର, ବିଲ କଲେକ୍ଟର, ଲାଇନ ମ୍ୟାନ ଓ ଅଫିସ କର୍ମଚାରୀ ମାନେ ମାସକୁ ୧୫ ଦିନର କାମ ପାଉଛନ୍ତି  । ଆଉ ୧୫ ଦିନ ସେମାନଙ୍କୁ କାମ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ମାସିକ କାମ ଦେବା ଓ ମାସିକ ଦରମା ପ୍ରଦାନ କରିବା ଦାବି ନେଇ ଏହି ସଂଘର ପ୍ରତିନିଧୀ ଓ ସଂଘ ସଭାପତି ଦେବଦାସ ମହାନ୍ତି ଗତକାଲି ଏଞ୍ଜେନର ସ୍ଥାନୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା। ଏହି କର୍ମଚାରୀ ମାନଙ୍କୁ ମାସିକିଆ ଦରମା ଦେବାକୁ ସଂଘର ଦାବିକୁ ଏଞ୍ଜେନର କର୍ମକର୍ତ୍ତା ମାନେ ଗ୍ରହଣ କରିନଥିଲେ। ଫଳରେ ଏଞ୍ଜେନପାଇଁ  ଜିଲାରେ କାର୍ଯ୍ୟରତ ପ୍ରାୟ ୬୫୦ଜଣ ଠିକା କର୍ମଚାରୀ ଆଜି ଠାରୁ କାମବନ୍ଦ ଡାକରା ଦେଇ କାମ ବନ୍ଦକରି ଦେଇଛନ୍ତି  । ଫଳରେ ଜିଲାରେ ବିଦ୍ୟୁତ ସେବା ଯୋଗାଇବା ଏଞ୍ଜେନ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଯାଉଛି  ।

ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ସମ୍ପର୍କରେ ଆମେ କେନ୍ଦ୍ରାପଡା ଦାୟିତ୍ୱରେ ଥିବା ଏଞ୍ଜେନର ବରିଷ୍ଠ କର୍ମକର୍ତ୍ତା ଶ୍ରୀକାନ୍ତ ପଣ୍ଡାଙ୍କୁ ପଚାରିଥିଲୁ। ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ ଏହି କର୍ମଚାରୀ ମାନେ ଏଞ୍ଜେନ ପାଇଁ କାମ କରୁଥିଲେ ମଧ୍ୟ ସିଧାସଳଖ ଏଞ୍ଜେନର କର୍ମଚାରୀ ନୁହଁନ୍ତି। ଏଞ୍ଜେନ ବିଦ୍ୟୁତ ସେବା କମ୍ପାନୀର ସର୍ଭିସ ପ୍ରୋଭାଇଡର ଭାବରେ କାମକରୁଥିବା ଆଡିକୋ ଦ୍ୱାରା ଏହି କର୍ମଚାରୀ ମାନେ ନିୟୋଜିତ ହୋଇ କାମ କରୁଛନ୍ତି। ଜିଲା ଶ୍ରମ ଅଧିକାରୀ ଓ ଜିଲା ପ୍ରଶାସନ ସହିତ ଆଲୋଚନା ମାଧ୍ୟମରେ ଯାହା ନିଷ୍ପତ୍ତି କରାଯାଇଥିଲା ସେହି ଅନୁସାରେ ଏହି କର୍ମଚାରୀ ମାନଙ୍କୁ ମଜୁରୀ ପ୍ରଦାନ କରିଆସୁଛି ଏଞ୍ଜେନ। ତେବେ ଜିଲାରେ ବିଦ୍ୟୁତ ସେବାକୁ ପ୍ରଭାବିତ କରାଇ ନଦେବାକୁ ଏଞ୍ଜେନ ସବୁ ବେଳେ ଚେଷ୍ଟା କରିବ ବୋଲି ସେ କହିଛନ୍ତି।

Comment