ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରଷ୍ଟାର ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ରବିବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସେ ଏହି କଥା ଘୋଷଣା କରିଛନ୍ତି। ତେଣୁ କୌଣସି ଦଳ ତାଙ୍କ ଫଟୋ କିମ୍ବା ତାଙ୍କ ଦଳର ପତାକାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

“ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋ ଦଳ କୌଣସି ଦଳକୁ ସମର୍ଥନ କରୁ ନାହିଁ। ତେଣୁ କୌଣସି ଦଳ ମୋ ଫଟୋ, ଦଳର ପତାକା କିମ୍ବା ରଜନୀ ଫ୍ୟାନ୍ କ୍ଲବ୍‌କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରନ୍ତୁ ନାହିଁ।”, ରଜନୀକାନ୍ତ କହିଛନ୍ତି।

ବର୍ତ୍ତମାନ ତାମିଲନାଡୁ ରାଜ୍ୟ ପାଣି ସମସ୍ୟା ଦେଇ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ରଜନୀକାନ୍ତ କହିଛନ୍ତି, “ଯେଉଁ ଦଳ ପାଣି ସମସ୍ୟାର ସମାଧାନ କରିପାରିବ, ସେହି ଦଳକୁ କ୍ଷମତାକୁ ଆଣ।”

୨୦୧୭ ମସିହା ରଜନୀକାନ୍ତଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା। ଆଗାମୀ ଲୋକସଭା ନିର୍ବାଚନ ରଜନୀକାନ୍ତ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ସେ ଏହି ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ରଜନୀକାନ୍ତ ଲଢ଼ିବେ ନାହିଁ।

Comment