ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜନୈତିକ ଦଳ ଗଠନ କରିବେ ନାହିଁ ଓ ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ମଙ୍ଗଳବାର ଟୁଇଟ କରି କହିଛନ୍ତି।

ଅସୁସ୍ଥତା ଯୋଗୁ ରଜନୀକାନ୍ତଙ୍କ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ନିକଟରେ ରଜନୀକାନ୍ତ ଅସୁସ୍ଥ ହୋଇ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇ ଦିନ ପୂର୍ବରୁ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଏଭଳି ଘୋଷଣା କରିଛନ୍ତି।

୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରଜନୀକାନ୍ତଙ୍କ ଦଳ ନିର୍ବାଚନ ଲଢ଼ିବ ବୋଲି ଗତ ଡିସେମ୍ବର ୩ ତାରିଖରେ ସେ ନିଜେ ଘୋଷଣା କରିଥିଲେ। ଏମିତିକି ଦଳର ନାଁ ‘ଅଲ୍‌ ଇଣ୍ଡିଆ ପିପୁଲ୍ସ ସର୍ଭିସ ପାର୍ଟି’ ରହିବ ବୋଲି କୁହାଯାଇଥିଲା। ଦଳର ପ୍ରତୀକ ଭାବେ ‘ଅଟୋ’ ରଖାଯାଇଥିଲା।

Comment