ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଫିଲ୍ମ ମାନେ ହିଟ୍‌। ଏହି ଯୋଡ଼ିଙ୍କ ଫିଲ୍ମ କେବେ ସିନେମାହଲକୁ ଆସିବ ତାହାକୁ ଅପେକ୍ଷା କରିଥାନ୍ତି ଦର୍ଶକ।

ଉଭୟ ଅନେକ ଫିଲ୍ମରେ ଏକାଠି କାମ୍‌ କରିଛନ୍ତି। ତେବେ ଏବେ ଶୁଣିବାକୁ ମିଳୁଛି ଅନେକ ଦିନ ପରେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଫିଲ୍ମକୁ ଦର୍ଶକ ପୁଣିଥରେ ପରଦାରେ ଦେଖିବାକୁ ପାଇବେ।

ରଚନା ବାନାର୍ଜୀ ଓ ସିଦ୍ଧାନ୍ତଙ୍କ ଯୋଡ଼ି ଅଲଟାଇମ୍‌ ହିଟ୍‌। ରଚନାଙ୍କ ଶେଷ ଓଡ଼ିଆ ଫିଲ୍ମ ଥିଲା କୁରୁକ୍ଷେତ୍ର। ଏହାପରେ ରଚନାଙ୍କୁ ଆଉ ଦର୍ଶକ ଓଡ଼ିଆ ଫିଲ୍ମରେ ଦେଖିବାକୁ ପାଇନାହାନ୍ତି।

କେଉଁ ଫିଲ୍ମ ମାଧ୍ୟମରେ ଓଲିଉଡର ଏହି ଏଭରଗ୍ରୀନ୍‌ ଯୋଡ଼ିଙ୍କ କମ୍‌ବ୍ୟାକ୍‌ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

‘ଭାଇ ହେଲା ଭଗାରୀ’ରେ ପ୍ରଥମ ଥର ଲାଗି ରଚନା ଓ ସିଦ୍ଧାନ୍ତଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ ଏବଂ ଫିଲ୍ମ ‘ସନ୍ତାନ’ରେ ଶେଷଥର ଲାଗି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ଉଭୟ ରଚନା ଓ ସିଦ୍ଧାନ୍ତ ଗଙ୍ଗ ଯମୁନା, ଭାଇ ହେଲା ଭଗାରୀ, ଲକ୍ଷ୍ମଣ ରେଖା, ପୁଅ ମୋର ଭୋଳା ଶଙ୍କର,ସିନ୍ଦୁର ନୁହେଁ ଖେଳଘର,ପରଦେଶୀ ବାବୁ,ମୋ କୋଳ ତୋ ଝୁଲନା ଭଳି ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

ଏତେ ବର୍ଷ ପରେ ଓଲିଉଡର ଏହି ଚର୍ଚ୍ଚିତ ଯୋଡ଼ିଙ୍କ କମ୍‌ବ୍ୟାକ୍‌ ଖବର ଫ୍ୟାନ ଓ ଦର୍ଶକଙ୍କ ଲାଗି ନିଶ୍ଚିତ ଏକ ଭଲ ଖବର ଅଟେ।

LEAVE A REPLY

Please enter your comment!
Please enter your name here