ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆ, ନିକଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟିମ୍‌କୁ ସେମାନଙ୍କ ପିଚ୍‌ରେ ହରାଇ ଭାରତ ଫେରିଛି। ଏବେ ଭାରତୀୟ ଟିମ୍‌ ୱାର୍ଲ୍ଡ କପ୍‌ ପୂର୍ବରୁ ଖେଳିବାକୁ ଥିବା ଶେଷ ଟି-୨୦ ଓ ୱାନଡେ ମ୍ୟାଚ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଛି।

ଏହି ମ୍ୟାଚ୍‌ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ତେବେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ଏରାନ୍‌ ଫିଞ୍ଚ୍‌ କହିଛନ୍ତି, “ଭାରତୀୟ ଟିମ୍‌ ଭଲି ଲଢ଼ୁଆ ଦଳ ବିରୋଧରେ ସେମାନଙ୍କ ଘରୋଇ ମାଟିରେ ଖେଳିବା ଲାଗି ଆତ୍ମବିଶ୍ୱାସ ଓ ସତର୍କତା ଆବଶ୍ୟକ। ଏଠାରେ ଟିକେ ଭୁଲ ଆମ ଲାଗି ଭାରି ପଡ଼ିପାରେ।‘’

ଏହାସହିତ ଅଷ୍ଟ୍ରେଲିଆ ଟିମ୍‌ ଏହି ସିରିଜ୍‌ ଲାଗି ପୂରା ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ ସିରିଜ୍‌ କବଜା କରିବା ସହ ଭଲ ପ୍ରଦର୍ଶନ ଲାଗି ଉଭୟ ଟିମ୍‌ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୈଦାନରେ କିଏ କେତେ ଦମ୍‌ ଦେଖାଉଛି ତାହା ପରେ ସ୍ପଷ୍ଟ ହେବ।

Comment