ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ମଣ୍ଡପକୁ ଯିବା ପୂର୍ବରୁ କନ୍ୟା ଏମିତି କିଛି କଥା କହିଲେ ଯାହାକୁ ଶୁଣି ଘରଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ କନ୍ୟା କହିଥିଲେ ଯେ, ସେ ପୂର୍ବରୁ ବିବାହିତା। ପାଖାପାଖି ୨ ବର୍ଷ ପୂର୍ବରୁ ସେ ନିଜ ପ୍ରେମିକକୁ ବିବାହ କରି ସାରିଛନ୍ତି। ଯୁବତୀଙ୍କ କଥା ଶୁଣି ଖୁସିର ମାହୋଲ ସମ୍ପୂର୍ଣ ଦୁଃଖରେ ଭରି ଯାଇଥିଲା।

ଉତ୍ତରପ୍ରଦେଶ ଦେହାତ ଥାନା ଅନ୍ତର୍ଗତ ମିରଠ ରୋଡ଼ ସ୍ଥିତ ମଣ୍ଡପରେ ବିବାହ ଆୟୋଜନ ହୋଇଥିଲା। ଆୟୋଜନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷ ଅଲଗା ଅଲଗା ଜାଗାରେ ରୁହନ୍ତି କିନ୍ତୁ ବନ୍ଧୁବାନ୍ଧବଙ୍କ ପାଇଁ ବିବାହ ଆୟୋଜନ ମିରଠ ରୋଡ଼ରେ କରାଯାଇଥିଲା। ଯୁବତୀଙ୍କ ଏଭଳି କଥା ଶୁଣି ସମସ୍ତେ ଭାଙ୍ଗି ପଡ଼ିଥିଲେ। ଯୁବତୀ ସଫା ସଫା ମନା କରିଦେଇଥିଲେ ଯେ, ସେ ଦ୍ୱିତୀୟ ବିବାହ କରିବେ ନାହିଁ, କାରଣ ସେ ପୂର୍ବରୁ ବିବାହିତା। ଯୁବତୀଙ୍କ କଥା ଶୁଣି ବର ପକ୍ଷ ବରଯାତ୍ରୀ ଧରି ନିଜ ଘରକୁ ଫେରି ଯାଇଥିଲେ।

Comment