ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ପ୍ରିୟଙ୍କା ଭଦୋରିଆ। ବିବାହ ପୂର୍ବରୁ ଶାଶୂଘର ଲୋକଙ୍କ ଆଗରେ ଏମିତି ସର୍ତ୍ତ ରଖି ଦେଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମଧ୍ୟପ୍ରଦେଶର ଭିଣ୍ଡ୍ରାର କିଶିପୁରା ଗ୍ରାମରେ ବାସ କରନ୍ତି ପ୍ରିୟଙ୍କା ଭଦୋରିଆ। କିଛିଦିନ ତଳେ ତାଙ୍କ ବିବାହ ରବି ଚୌହାଣଙ୍କ ସହ ଠିକ୍ ହୋଇଥିଲା। ଦୁଇ ପରିବାର ବିବାହ ପାଇଁ ତିଥି ଓ ବାର ମଧ୍ୟ ନିର୍ଘଣ୍ଟ କରିଦେଇଥିଲେ।

କିଶିପୁରା ଗ୍ରାମରେ ଏକ ଭିନ୍ନ ପରମ୍ପରା ଦେଖାଯାଏ। ଯେଉଁଠି ବିବାହ ପୂର୍ବରୁ କନ୍ୟା କ’ଣ ଆବଶ୍ୟକ କରୁଛି ବୋଲି ତାକୁ ପଚରାଯାଇଥାଏ। ସେ ଯାହା କହେ ସେହି ଆବଶ୍ୟକତାକୁ ଶାଶୂଘର ଲୋକେ ପୁରା କରିବାକୁ ବାଧ୍ୟ ବୋଲି ଧରାଯାଏ।

ସାଧାରଣତଃ କନ୍ୟାଟି ଗହଣା, ଡ୍ରେସ୍ କିମ୍ବା ଶାଢ଼ି ମାଗିଥାନ୍ତି। କିନ୍ତୁ ପ୍ରିୟଙ୍କା ନିଆରା ଢଙ୍ଗରେ ଗଛ ଲଗାଇବାର ସର୍ତ୍ତ ରଖିଥିଲେ।

ଯେଉଁପର୍ଯ୍ୟନ୍ତ ୧୦ ହଜାର ଗଛ ଲଗାଯିବା ପାଇଁ ତାଙ୍କ ଶାଶୂଘର ଲୋକେ ନ ରାଜି ହେବେ ସେପର୍ଯ୍ୟନ୍ତ ସେ ସେଠି ବିବାହ କରିବେ ନାହିଁ ବୋଲି ଶାଶୂଘର ଲୋକଙ୍କୁ ସଫାସଫା କହିଦେଇଥିଲେ ପ୍ରିୟଙ୍କା।

ପ୍ରିୟଙ୍କାଙ୍କ ସର୍ତ୍ତରେ ଶାଶୂଘର ଲୋକେ କିଛିଟା ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସେ ବୋହୂ କଥାରେ ଏକମତ ଥିଲେ।

ଗତ ସପ୍ତାହରେ ଧୂମ୍‌ଧାମ୍‌ରେ ପ୍ରିୟଙ୍କା ଓ ରବିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

ପ୍ରିୟଙ୍କା ୧୦ ବର୍ଷ ବୟସରୁ ଗଛ ଲଗାଇବା ଆରମ୍ଭ କରିଥିଲେ। ତାଙ୍କ ବିବାହ ମଧ୍ୟ ଅନ୍ତର୍ଜାତୀୟ ଧରିତ୍ରୀ ଦିବସ ଦିନ ହୋଇଥିଲା। ଏହାକୁ ଏକ ସଂଯୋଗ କୁହାଯାଇପାରେ।

ପ୍ରିୟଙ୍କାଙ୍କ ସ୍ଵାମୀ ରବି ଚୌହାଣ ନିଜ ପତ୍ନୀଙ୍କ ଏଭଳି ପରିବେଶ ଭିତ୍ତିକ କାର୍ଯ୍ୟରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ପ୍ରିୟଙ୍କାଙ୍କ ଇଚ୍ଛା ରହିଛି କି ୧୦ ହଜାର ଗଛ ଲଗାଇବାର ଯେଉଁ ସର୍ତ୍ତ ରଖିଛନ୍ତି। ତାହା ମୁତାବକ ପାଞ୍ଚ ହଜାର ଗଛ ଶାଶୂଘରେ ଓ ଆଉ ପାଞ୍ଚ ହଜାର ଗଛ ନିଜ ବାପ ଘରେ ଲଗାଇବାର ଲକ୍ଷ୍ୟ ରଖିଛନ୍ତି। ପ୍ରିୟଙ୍କାଙ୍କ ଏଭଳି ପ୍ରୟାସ ଦେଖି ତାଙ୍କୁ ପ୍ରଂଶସା କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Comment