ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱ୍ୱମା ଆକ୍ରମଣ ଏଯାଏଁ ଦେଶବାସୀ ଭୁଲି ନଥିଲାବେଳେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛନ୍ତି ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ। ଏନେଇ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାକର୍ମୀଙ୍କୁ ସତର୍କ କରାଇଛି। ଆଗାମୀ ଦୁଇ ତିନି ଦିନ ଭିତରେ ଆତଙ୍କବାଦୀ ଏହି ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ଆତଙ୍କବାଦୀଙ୍କ ଏହି ଯୋଜନା ଯେପରି ସଫଳ ନହୁଏ ସେଥିପାଇଁ ସୁରକ୍ଷାକର୍ମୀଙ୍କୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।

ଜୈଶ ଆଇଡି ବିସ୍ଫୋରଣ ପାଇଁ ଏକ ଗାଡ଼ି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଗତ ଆକ୍ରମଣଠାରୁ ଏହା ବଡ଼ ଧରଣର ଆକ୍ରମଣ ହେବ ବୋଲି ଆଶଙ୍କା କରାଯାଉଛି। ଏଥିରେ ୫୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି।

ଫେବ୍ରୁଆରି ୧୪ରେ ଜୈଶ ଏ ମହମ୍ମଦ ଦ୍ୱାରା ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୪୦ ସିଆପିଏଫ୍‌ ଯବାନ ସହିଦ ହୋଇଥିଲେ। ସହିଦଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ନଶୁଖୁଣୁ ଆତଙ୍କବାଦୀ ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।

 

Comment