ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ଉତ୍ତର ପ୍ରଦେଶର ଭଦୋହୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଶନିବାର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣଟି ଏତେ ଭୟାନକ ଥିଲା ଯେ, ସମ୍ପୂର୍ଣ୍ଣ କାରଖାନାଟି ଧ୍ୱଂସ ହୋଇଯାଇଛି।

ଏହି ବାଣ କାରଖାନାଟି ସ୍ଥାନୀୟ ଅଖ୍‌ତର ଅଲ୍ଲୀଙ୍କ ବୋଲି ସୂଚନା ମିଳିଛି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଆଉ ତିନି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିସ୍ଫୋରଣର ଆବର୍ଜନାରେ ଅନେକ ଦବି ରହିଥିବା ନେଇ ଆଶଙ୍କା କରାଯାଉଛି।

ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here