ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରାନାଇଟ୍‌ ଖଣିରେ ପ୍ରଚଣ୍ଡ ବିସ୍ଫୋରଣ। ବିସ୍ଫୋରଣ ଯୋଗୁଁ ୧୨ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବିଶାଖାପାଟଣା : ରାତ୍ରିରେ ଗ୍ରାନାଇଟି ପଥର ଖାଦାନରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୁତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ରହିଛନ୍ତି ଓ ୧୩  ଜଣ ନିଖୋଜ ଥିବା ଜିଲା ପୋଲିସ ପ୍ରଶାସନ ପ୍ରକାଶ କରିଛି।

ଗତକାଲି ରାତିରେ ପ୍ରାୟ ୩୦ ଜଣ ଶ୍ରମିକ ଏହି ଖାଦାନରେ କାମ କରିବା ପାଇଁ ଯାଇଥିଲେ। ଘଟଣାସ୍ଥଳରେ ପଥର ଫଟାଇବା ପାଇଁ ବ୍ୟବହୃତ ଜିଲେଟିନ ରଡ଼ ଗୁଡିକ ଗୋଟିଏ ଜାଗାରେ ରଖାଯାଇଥିଲା କିନ୍ତୁ ଦୁର୍ଘଟଣା ବସ ଏହି ଜିଲେଟିନ ରଡ଼ ଗୁଡିକ ଏକ ସଂଗେ ଫୁଟି ଯାଇଥିଲା।

ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରୁ ପ୍ରାୟ ୨୦ କିଲୋମିଟର ଯାଏ ଭୂମିକୁ ଥରାଇ ଦେଇଥିଲା ସ୍ଥାନୀୟ ଜୀବନ ବଞ୍ଚାଇବା ଭୟରେ ଦୌଡୁଥିବା ସମୟରେ ପାହାଡ ଉପରେ ନିଆଁ ଲାଗିଥିବା ଦେଖିବାକୁ ପାଇଁ ଥିଲେ ଏବଂ ଏହା ପଥର ଖାଦାନ ଯୋଗୁ ହୋଇଥିବା ଜାଣି ଘଟଣାସ୍ଥଳକୁ ଦୌଡ଼ିଥିଲେ।

ପ୍ରାୟ ୧ ଘଣ୍ଟା ଯାଏ ବିସ୍ଫୋରଣ ଚାଲିଥିଲା। ସ୍ଥାନୀୟ ବାସିନ୍ଧାଙ୍କ ଉଦ୍ୟମରେ ଗତ ରାତିରେ ୬ ଜଣକ ମୃତ ଦେହ ଓ ଅନ୍ୟ ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାର ସୂଚନା ପାଇ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୨ ଜଣକ ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର କାରନୁଲ ସରକାରୀ ହସ୍ପିଟାଲରେ ଚିକିସ୍ଥିତ ହେଉଛନ୍ତି। ଏହି ଦୁର୍ଘଟଣାରେ ନିକଟସ୍ଥ ଆଲୁରୁ ଗ୍ରାମର ୧୦ଟି  ଘର ଭୁଶୁଡି ପଡିଛି ଓ ଘଟଣାସ୍ଥଳର ରହିଥିବା ୩ ଟି ଟ୍ରାକ୍ଟର, ୨ ଟି ଟ୍ରକ ଓ ଅଫିସ ସମ୍ପୂର୍ଣ ରୂପେ ପୋଡ଼ିଯାଇଛି।

ଏହି ପଥର ଖାଦାନ ପାହାଡଟି ୫୦ରୁ ଉର୍ଧ ଏକର ଜମିରେ ରହିଛି, ଗତ ୨ ବର୍ଷ ପୂର୍ବେ ତେଲୁଗୁ ଦେଶମ ଦଳର ନେତା ଶ୍ରୀନିବାସ ଚୌଧୁରୀ ଏହାକୁ ଲିଜ଼ରେ ନେଇଥିଲେ। କିନ୍ତୁ ପ୍ରଶାସନର ବିନା ଅନୁମତିରେ ଏଠାରେ ଗ୍ରାନାଇଟି ଖୋଲା କାର୍ଯ୍ୟ ଆରମ୍ଭ କରିଥିଲେ।

ଖାଦାନଠାରୁ ମାତ୍ର ୫ କିଲୋମିଟର ମଧ୍ୟରେ ୪ ଟି ଗ୍ରାମ ଆଲୁରୁ, ମୂଳପଲ୍ଲୀ, ଅଗ୍ରହାରମ ଓ ପୁରପଲ୍ଲୀ ରହିଥିବାରୁ ପଥର ଖୋଲା ଗଲେ ଜୀବନ ପ୍ରତି ବିପଦ ରହିଥିବା ଜାଣି ସ୍ଥାନୀୟ ବାସିନ୍ଧା ଏହାକୁ ବନ୍ଦ କରିବା ପାଇଁ ବାରମ୍ବାର ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏପରିକି ରାସ୍ତାରୋକ କରିଥିଲେ ସୁଦ୍ଧା ଖାଦାନରେ ଖୋଦେଇ କାର୍ଯ୍ୟ ବନ୍ଦ କରାଯାଇନଥିଲା। ଏପରିକି ଜିଲ୍ଲାପ୍ରଶାନ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଖାଦାନରେ କାର୍ଯ୍ୟକରୁଥିବା ସମସ୍ତ ଶ୍ରମିକ ଓଡିଶା, ଛତିଶଗଡ଼ ଓ ବିହାର ରାଜ୍ୟର। ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୧୨ ଜଣ ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଚିହିଁବା ଅସମ୍ଭବ ଥିବା ପୋଲିସ କହିଛି କିଛି ସମ୍ପର୍କୀୟଙ୍କ ଦ୍ୱାରା ଏହାର ଚିହ୍ନଟ କାର୍ଯ୍ୟ ଆରମ୍ଭ କରାଯାଇଥିବା ସୂଚନ ମିଳିଛି ଅପରପକ୍ଷରେ ଆହତଙ୍କ ମଧ୍ୟରେ ୨ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସରକାରୀ ନିୟମ ଅନୁଯାଇ ଖାଦାନଠାରୁ ୫ କିଲୋମିଟର ମଧ୍ୟରେ କୌଣସି ଜନବସତି ନଥିଲେ ଖୋଦେଇ କାର୍ଯ୍ୟ ପାଇଁ ଅନୁମତି ଦିଆଯିବା କଥା। କିନ୍ତୁ ଏଥରେ ମାତ୍ର ୨ କିଲୋମିଟର ମଧ୍ୟରେ ୫ଟି ଗ୍ରାମ ରହିଥିବାରୁ ଏଥରେ କିପରି ଜିଲ୍ଲାପ୍ରଶାସନ ଅନୁମତି ପ୍ରଦାନ କଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଅପରପକ୍ଷରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଓ ଗୁରୁତରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି ସହ ଏହି ଖାଦାନକୁ ଶୀଘ୍ର ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା କାରନୁଲ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଛନ୍ତି।

Comment