ଓଡ଼ିଶାଲାଇଭ୍‌ ବ୍ୟୁରୋ

Business Standard

ଗୁରୁବାର ଶ୍ରୀଲଙ୍କାରେ ଆଉ ଏକ ବିସ୍ଫୋରଣ ହୋଇଛି। ଶ୍ରୀଲଙ୍କା ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ପୁଗୋଡ଼ା ସହରର ଏକ କୋର୍ଟ ପଛରେ ଏହି ବିସ୍ଫୋରଣ ହୋଇଛି। ଏହି ବିସ୍ପୋରଣରେ କୌଣସି ମୃତାହତ ହୋଇନଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ରୀଲଙ୍କାରେ ଏଭଳି ସିରିୟଲ ବମ୍‌ ବ୍ଲାଷ୍ଟରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ରବିବାର ଇଷ୍ଟର ପର୍ବ ପାଳନ ଅବସରରେ କଲମ୍ବୋରେ ହୋଇଥିଲା ସିରିୟଲ ବମ୍‌ ବ୍ଲାଷ୍ଟ। ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୩୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ପୋରଣ ପଛରେ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଏବଂ ସ୍ଥାନୀୟ ନେସନାଲ ତୋହୀଦ ଜମାତ(ଏନ୍‌ଟିଜେ) ନିଜକୁ ଦାୟୀ କରିଛନ୍ତି।

Comment