ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟ ଅତିଥୀଭବନରେ ହେବାକୁ ଥିବା କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ବୈଠକ ହୋଇପାରିନାହିଁ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ ଓ ଏନଏଚଆଇ ଅଧିକାରୀ  ଉପସ୍ଥିତ ଥିଲେ ମାତ୍ର ବୈଠକରେ ମୁଖ୍ୟ ଶାସନ ସଚିବ ଆସିନଥିବାରୁ ବୈଠକକୁ ବାତିଲ କରାଯାଇଥିବା କୁହାଯାଉଛି।

ଏହି ବୈଠକରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର କେତେ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା କରିଥାନ୍ତେ କେନ୍ଦ୍ରମନ୍ତ୍ରୀ.

ତେବେ ମୁଖ୍ୟ ଶାସନ ସଚିବ ବୈଠକକୁ ନଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,”ବୋଧହୁଏ କିଛି ବଡ଼ କାମରେ ଥିବେ ସେଥିଲାଗି ଆସିଲେନି।୯.୧୫ରୁ ୧୦.୪୫ ଯାଏଁ ଅପେକ୍ଷା କରିଥିଲୁ।”

Comment