ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କାର୍‌ ସମ୍ପର୍କରେ ସୁରାଗ ପାଇଲା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଏନ୍‌ଆଇଏ ଏହି କାରକୁ ଚିହ୍ନଟ କରିଛି। ଏମିତିକି କାର ମାଲିକର ପରିଚୟ ମଧ୍ୟ ଏନ୍‌ଆଇଏର ହାତରେ ଲାଗିଛି।

ପୁଲୱାମା ଆତ୍ମଘାତୀ ଆକ୍ରମଣରେ ମାରୁତି ଇକୋ କାର ବ୍ୟବହାର କରାଯାଇଥିଲା। ଏହି କାର୍‌ର ମାଲିକ ହେଉଛି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର କ୍ୟାଡରର ସଜାଦ ଭଟ୍ଟ। ବର୍ତ୍ତମାନ ସଜାଦ ଭଟ୍ଟକୁ ଫେରାର ହୋଇଯାଇଛିଥିବା ବେଳେ ଏନ୍‌ଆଇଏ ତାକୁ ଖୋଜୁଛି।

ସଜାଦ ଭଟ୍ଟ ଆକ୍ରମଣର ୧୦ ଦିନ ପୂର୍ବରୁ ହିଁ ମାରୁତି ଇକୋ କାର କିଣିଥିଲା। କେବଳ ଆକ୍ରମଣରେ ବ୍ୟବହାର ପାଇଁ ଏହି ଗାଡ଼ି କିଣାଯାଇଥିଲା। ଏହି କାର୍‌ର ଚେସିସ ନମ୍ବର ଏମ୍‌ଏ୩ଇଆରଏଲ୍‌ଏଫ୍‌୧ଏସ୍‌୦୦୧୮୩୭୩୫ ଓ ଇଞ୍ଜିନ୍‌ ନମ୍ବର ହେଉଛି ଜି୧୨ବିଏନ୍‌୧୬୪୧୪୦।

ସଜାଦ ଭଟ୍ଟ ଏହି ଗାଡ଼ିଟିକୁ ଗତ ଫେବ୍ରୁଆରୀ ୪ରେ କିଣିଥିଲା। ଏହି ଖବର ଏନ୍‌ଆଇ ହାତରେ ଲାଗିବା ପରେ  ଫେବ୍ରୁଆରି ୨୩ରେ ଜମ୍ମୁ-କଶ୍ମୀର ପୋଲିସ ସହାୟତାରେ ସଜାଦ ଘର ଉପରେ ଚଢ଼ଉ କରିଥିଲା। ତେବେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବର୍ତ୍ତମାନ ଏନ୍‌ଆଇଏ ସଜାଦ ଭଟ୍ଟକୁ ଖୋଜୁଛି।

Comment