ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରର ପୁଲବାମାଠାରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣକୁ ୨୦୧୯ର ସବୁଠୁ ବଡ଼ ଆକ୍ରମଣ କୁହାଯାଉଛି। ୨୦୧୬ରେ ଉରିଠାରେ ଯେଉଁ ଆତଙ୍କବାଦୀ ହମ୍‌ଲା ହୋଇଥିଲା ସେଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ପୁଲବାମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୦ ଟପିଛି।

ପୁଲବାମା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ-ମହମ୍ମଦର ହାତ ରହିଥିବା କୁହାଯାଉଛି। ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଉଛି। ବିସ୍ଫୋରକ ଭର୍ତ୍ତି କାରକୁ ଆଦିଲ ଅହମ୍ମଦ ହିଁ ଚଳାଉଥିଲେ। ସିଆର୍‌ପିଏଫ୍ ବସ୍ ପୁଲବାମା ଅତିକ୍ରମ କରୁଥିବା ବେଳେ ଆଦିଲ ବିସ୍ଫୋରକ କାର୍ ନେଇ ବସ୍‌କୁ ଧକ୍କା ଦେଇଥିଲେ। ଫଳରେ ୪୦ ଯବାନ ସହିଦ ହୋଇଥିଲେ।

ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର୍ ପୁଲବାମା ଘାଟିର ବାସିନ୍ଦା। ସେ ଗୁଣ୍ଡିବାଗର କମାଣ୍ଡର ଭାବେ ବେଶ୍ ଜଣାଶୁଣା ଥିଲେ। ପୋଲିସର କହିବା କଥା ହେଉଛି ଯେ ଆଦିଲ ଯେଉଁ କାର୍ ନେଇ ଆସିଥିଲେ ସେଥିରେ ୩୫୦ କିଲୋର ବିସ୍ଫୋରକ ବୋଝେଇ ହୋଇ ରହିଥିଲା।

Comment