ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦ ଆକ୍ରମଣର ବଦଲା ନେଇଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କଶ୍ମୀର ଭିତରେ ପସି ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷଣ କରିଥିଲା।

ମଙ୍ଗଳବାର ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ନିଜ ଦେଶରେ ଭାରତୀୟ ଫିଲ୍ମ ସହ ଟିଭିରେ ପ୍ରସାରଣ କରାଯାଉଥିବା ‘ମେଡ ଇନ୍‌ ଇଣ୍ଡିଆ’ ବିଜ୍ଞାପନ ବନ୍ଦକ ରିବାକୁ ଘୋଷଣା କରିଛନ୍ତି।
ବଲିଉଡରେ ଏଭଳି କିଛି ଫିଲ୍ମ ହୋଇଛି ଯାହା ପାକିସ୍ତାନ ଉପରେ ଆଧାରିତ। ଏହି ଫିଲ୍ମଗୁଡ଼ିକରେ ପାକିସ୍ତାନର ଅସଲ ପରିଚୟ ପ୍ରସାରଣ କରାଯାଇଛି। ଏହି ଫିଲ୍ମଗୁଡ଼ିକୁ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ତେବେ ଜାଣନ୍ତୁ ସେହି ଫିଲ୍ମ ବିଷୟରେ…

ଉରୀ – ଦ ସର୍ଜିକାଲ ଷ୍ଟ୍ରାଇକ୍‌

ପାକିସ୍ତାନରେ ବ୍ୟାନ୍‌ କରାଯାଇଥିବା ଫିଲ୍ମ ମଧ୍ୟରେ ସବୁଠୁ ଅଧିକ ସୁପରହିଟ ଫିଲ୍ମ ହେଉଛି ଉରୀ। କିନ୍ତୁ ଫିଲ୍ମ ନିର୍ଦ୍ଦେଶକଙ୍କ କହିବା କଥା କି ଏହି ଫିଲ୍ମଟି ପାକିସ୍ତାନକୁ ଖରାପ କରେଇବା ଉଦ୍ଦେଶ୍ୟରେ କରାଯାଇ ନଥିଲା, ଏହା ଆତଙ୍କବାଦୀଙ୍କ ଉପରେ ଥିଲା।

ଏକ୍‌ ଥା ଟାଇଗର୍‌

ବଲିଉଡ ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ ଅଭିନୀତ ଏକ୍‌ ଥା ଟାଇଗର୍‌ ବି ପାକିସ୍ତାନରେ ବ୍ୟାନ୍‌ କରାଯାଇଛି। ଆଇଏସ୍‌ଆଇ ଏଜେଣ୍ଟ ସହ ପ୍ରେମରେ ପଡ଼ିବା କାହାଣୀ ପାଇଁ ଏହି ଫିଲ୍ମଟି ପାକିସ୍ତାନରେ ଏବେ ଯାଏଁ ରିଲିଜ୍‌ କରାଯାଇ ନାହିଁ।

ବେବି

ଅକ୍ଷୟ କୁମାର ଅଭିନୀତ ଫିଲ୍ମ ବେବି ପାକିସ୍ତାନରେ ବ୍ୟାନ୍‌ କରାଯାଇଛି। ଏହି ଫିଲ୍ମରେ ଆତଙ୍କୀ ଗତିବିଧିକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିଲା। ପାକିସ୍ତାନର ଷଡ଼ଯନ୍ତ୍ର ବେବି ଫିଲ୍ମରେ ଦେଖାଯାଇଥିଲା।

ଫାଣ୍ଟମ୍‌

ସୈଫ ଅଲ୍ଲି ଖାନ୍‌ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ଫାଣ୍ଟମ୍‌କୁ ବି ପାକିସ୍ତାନ ବ୍ୟାନ୍‌ କରି ଦେଇଥିଲା। ମୁମ୍ବାଇ ଆତଙ୍କବାଦ ଆକ୍ରମଣର ମାଷ୍ଟରମାଇଣ୍ଡ ବିଷୟରେ ପ୍ରସାରଣ କରାଯାଇଥିଲା।

Comment