ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ପାକ୍‌ ଭିତରେ ସମ୍ପର୍କ ଖରାପ ହେବାରେ ଲାଗିଛି। ପାକ୍‌କୁ କଡ଼ା ଜବାବ ଦେବାପଇଁ ଭାରତର ପ୍ରସ୍ତୁତି ଜୋର କରିଛି। ସେପଟେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଜରୁରୀ ବୈଠକ ଡାକିଛନ୍ତି।

ବୈଠକରେ ସ୍ଥଳସେନା ମୁଖ୍ୟ, ନୌସେନା ମୁଖ୍ୟ, ବାୟୁସେନା ମୁଖ୍ୟ ସାମିଲ ହେବେ। ଏହି ବୈଠକ ଆଉ କିଛି ସମ଼ୟ ପରେ ଅନୁଷ୍ଠିତ ହେବ। ବୈଠକରେ ସୀମା ସ୍ଥିତି ସମ୍ପର୍କରେ ଆଲୋଚନା ହେବ।

ଆସନ୍ତାକାଲି ଜମ୍ମୁକଶ୍ମୀର ଗସ୍ତରେ ଯିବେ ପ୍ରତିରକ୍ଷାମନ୍ତ୍ରୀ। ସୀମାନ୍ତବର୍ତ୍ତୀ ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କରିବେ ପ୍ରତିରକ୍ଷାମନ୍ତ୍ରୀ। ଏଥିସହିତ ବର୍ଡରରେ ଏକ ବ୍ରିଜ୍‌ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Comment