ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୪ରୁ ଭାରତରୁ ପାକିସ୍ତାନକୁ ଚଳାଚଳ ହେଇଥିବା ସମଝୌତା ଏକ୍ସପ୍ରେସ ଗଡ଼ିବ ନାହିଁ। ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ସମଝୌତା ଏକ୍ସପ୍ରେସ ଚଳାଚଳ ହେଉଥିଲା।

ପାକିସ୍ତାନ ସରକାର ପ୍ରଥମେ ଲାହୋରଠାରୁ ଅଟ୍ଟାରୀକୁ ଚଳାଚଳ କରୁଥିବା ସମଝୌତା ଟ୍ରେନ୍‌କୁ ଅଟକାଇଥିଲେ। ଏହାପରେ ଭାରତୀୟ ରେଳ ବିଭାଗ ଆସନ୍ତା ମାର୍ଚ୍ଚ ୪ରୁ ସମଝୌତା ଏକ୍ସପ୍ରେସ ଗଡ଼ିବ ନାହିଁ ବୋଲି ଶୁଣାଇ ଦେଇଛି।

‘ସମଝୌତା’ ବା ବୁଝାମଣାରୁ ଶବ୍ଦରୁ ସମଝୌତା ଏକ୍ସପ୍ରେସର ନାମକରଣ କରାଯାଇଥିଲା। ୧୯୭୧ ମସିହା ଯୁଦ୍ଧ ପରେ ଭାରତ- ପାକିସ୍ତାନ ମଧ୍ୟରେ ଶିମଲାଠାରେ ଏକ ବୁଝାମଣା ହୋଇଥିଲା। ଏହି ଅନ୍ତର୍ଗତ ୧୯୭୬ ମସିହା ଜୁଲାଇ ୨୨ରେ ଦୁଇ ଦେଶ ମଧ୍ୟରେ ‘ସମଝୌତା ଏକ୍ସପ୍ରେସ’ ଚଳାଚଳ ଆରମ୍ଭ ହୋଇଥିଲା।

‘ସମଝୌତା ଏକ୍ସପ୍ରେସ’ ସପ୍ତାହକୁ ୨ଥର ସୋମବାର ଏବଂ ଗୁରୁବାର ଦିନ ଚଳାଚଳ କରିଥାଏ। ଏହା ଭାରତର ରାଜଧାନୀ ଦିଲ୍ଲୀରୁ ପାକିସ୍ତାନର ଅଟ୍ଟାରୀ ପର୍ଯ୍ୟନ୍ତ ଚଳାଚଳ ହେଉଥିଲା। ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।

Comment