ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ପୂଜା ପାଇବା କଥା ସମସ୍ତେ ଜାଣିଥାନ୍ତି। କିନ୍ତୁ ଦେବାଦେବୀ ପରିବର୍ତ୍ତେ ନିଜ କଷ୍ଟରୁ ରକ୍ଷା ପାଇବା ପାଇଁ ଲୋକେ ଛେଳି ପାଖରେ ପୂଜାର୍ଚ୍ଚନା କରୁଛନ୍ତି। ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହେଉଥିବା ଭକ୍ତ କହୁଛନ୍ତି। ଏହା ଏକ ଅଦ୍ଭୁତ ମନ୍ଦିର ଯେଉଁଠି ଭଗବାନ ସ୍ଥାନରେ ଛେଳି ପୂଜା ପାଆନ୍ତି। ମଧ୍ୟପ୍ରଦେଶ କଟନି ଜିଲ୍ଲାର କିଛି ଦୂରରେ ଅବସ୍ଥିତ ରୋହନିଆ ଗାଁରେ ଥିବା ଏକ ମନ୍ଦିରରେ ଛେଳି ମୂର୍ତ୍ତିଙ୍କୁ ପୂଜା କରାଯାଇଥାଏ।

୧୨ ବର୍ଷ ପୂର୍ବରୁ ଗାଁରେ ସଙ୍କଟ ପଡ଼ିଥିଲା। ଗ୍ରାମବାସୀ ଗୋଟିଏ ଛେଳିକୁ ମା’ ଜ୍ୱାଳାମୁଖୀଙ୍କୁ ବଳି ଭାବେ ଅର୍ପଣ କରିଥିଲେ। ପରେ ଏହାର ମୃତଦେହକୁ ପୋତି ସେଠାରେ ଏକ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରରେ ଜ୍ୱାଳାମୁଖୀଙ୍କ ସ୍ୱରୂପଭାବେ ଛେଳି ମୂର୍ତ୍ତିଙ୍କୁ ପୂଜା କରାଯାଇଥାଏ। ଗାଁର ଛେଳି ପଲ ଚରିବାକୁ ଯାଇ ଘରକୁ ଫେରିବା ସମୟରେ ମନ୍ଦିର ଚାରିପଟେ କିଛି ସମୟ ଘୂରି ଫେରିଥାନ୍ତି।

ଏଠାରେ ପ୍ରତିବର୍ଷ ଦୁଇଥର ମେଳା ଅନୁଷ୍ଠିତ ହୋଇଥାଏ। ବକରା ଦେବଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଯେକୌଣସି ମାନସିକ କଲେ ତାହା ନିଶ୍ଚିତ ପୂରଣ ହୋଇଥାଏ। ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି।

ଗ୍ରାମବାସୀମାନେ ଛେଳି ପୂଜାରେ ମହିମା ଅନେକ ଅଛି ବୋଲି କହୁଛନ୍ତି। ଯାହାକୁ ଛେଳି ଅର୍ପଣ କରିବାରେ ଥିବ ତେବେ ତାଙ୍କୁ ମାତାଙ୍କ ନାମରେ ଖୋଲା ଚରିବାକୁ ଛାଡି ଦିଅନ୍ତି। ଛେଳି ପୂଜାରେ ନଡିଆ, ଗୁଡ, ପ୍ରସାଦ ସହିତ ରୁଟି ମଧ୍ୟ ଚଢ଼ା ଯାଇଥାଏ। ନବରାତ୍ରିରେ ଏହି ମନ୍ଦିରରେ ମେଳା ଲାଗିଥାଏ।

Comment