ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କଶ୍ମୀରର ଉରୀ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାମାନେ ଅସ୍ତ୍ରବିରତିର ଉଲ୍ଲଘଂନ କରିଛି। ଏହି ଗୁଳି ବିନିମୟରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନୀ ସେନା ବାରାମୁଳା ଜିଲ୍ଲାରେ ଉରୀର କମଲକୋଟ ଅଞ୍ଚଳରେ ବିନା କିଛି କାରଣରେ ଗୁଳି ଚାଳନା କରିଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ତେବେ ୨ ଦିନରେ ମଧ୍ୟରେ ୩୫ ଥର ଆକ୍ରମଣ କରାଯାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।
ଯେଉଁଠି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଂସଦରେ ଶାନ୍ତିର କଥା କହି ଭାରତୀୟ ପାଇଲଟ୍ ଅଭିନନ୍ଦନକୁ ଛାଡ଼ିଦେବା ଲାଗି ଘୋଷଣା କରିଥିବା ବେଳେ ଅନ୍ୟପଟେ ସୀମାନ୍ତରେ ଅନବରତ ଭାବେ ଗୁଳିବିନିମୟ କରାଯାଇଛି।
ଫେବ୍ରୁଆରି ୧୪ରେ ପୁଲୱାମା ଆକ୍ରମଣରେ ଭାରତର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏହାର ଠିକ୍ ୧୧ ଦିନ ପରେ ଭାରତୀୟ ବାୟୁସେନା ପିଓକେ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏହି ଏୟାରଷ୍ଟ୍ରାଇକ୍ରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦର ଶିବିର ଧ୍ବଂସ ପାଇଯାଇଥିଲା। ଏହାପରେ ଭାରତ ଓ ପାକ୍ ମଧ୍ୟରେ କନ୍ଦଳ ଲାଗି ରହିଛି।