ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦ ଉପରେ ଭାରତର କଡ଼ା ଆକ୍ସନ ନେବା ପରେ ପାକିସ୍ତାନ ବହୁତ ଚାପରେ ଅଛି। ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଅଜହରକୁ ନେଇ ପାକିସ୍ତାନ ତରଫରୁ ଏକ ବଡ଼ ବୟାନ ଆସିଛି। ପାକିସ୍ତାନ ସ୍ୱୀକାର କରିଛି କି ମସୁଦ ଅହଜର ପାକିସ୍ତାନରେ ଅଛି।

ପାକିସ୍ତାନୁ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ୍ କୁରୈଶୀ କହିଛନ୍ତି ଯେ ମସୁଦ୍ ପାକିସ୍ତାନରେ ହିଁ ଅଛି। ମୁଁ ଜାଣିବା ଭିତରେ ମୁସୁଦ୍ଙ୍କ ଶରୀର ଅସୁସ୍ଥ। ମସୁଦଙ୍କ ଶରୀର ଅଧିକମାତ୍ରାରେ ଅସୁସ୍ଥ ଥିବାରୁ ସେ ଘରୁ ବାହାରକୁ ବାହାରି ପାରିବେନି। କୁରୈଶୀ ଏନେଇ ଏକ ଟିଭି ଚ୍ୟାନେଲରେ କହିଛନ୍ତି।।
କୁରୈଶୀ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ କେବେ ବି ଭାରତ ସହ ନିଜ ସମ୍ପର୍କ ଖରାପ କରିବାକୁ ଚାହିଁନି। ଭାରତର ଆକ୍ରମଣ କରିବାରୁ ଦୁଇ ଦେଶ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଛି।


















