ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ନାସନାଲ ଆସେମ୍ବଲି ଭଙ୍ଗ ହେବା ସହ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏହାରି ମଧ୍ୟରେ ଅନଓ୍ଵର ଉଲ ହକ କାକରଙ୍କୁ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏ ନେଇ ଶନିବାର ଦିନ ନାସନାଲ ଆସେମ୍ବଲିରେ ସୂଚନା ଦେଇଛନ୍ତି ବିରୋଧୀ ଦଳର ନେତା ରାଜା ରିଆଜ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଅନଓ୍ଵର ଉଲ ହକ କାକରଙ୍କୁ କାଳମଚଳା ପ୍ରଧାମନ୍ତ୍ରୀ ଭାବେ ନିଯୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିୟାଜ ରାଷ୍ଟ୍ରପତିଙ୍କୁ ପରାମର୍ଶ ପତ୍ର ପ୍ରଦାନ କରିଥିଲେ।

ଏହା ପୂର୍ବରୁ ଶୁକ୍ରବାର ଦିନ ଶହବାଜ ସରିଫ କହିଥିଲେ ଯେ, ଶନିବାର ଦିନ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

Tags: #PakistanPolitics #PakistanPM #AnwarUlHaqKakar #CaretakerPMofPakistan

LEAVE A REPLY

Please enter your comment!
Please enter your name here