ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ଏକ ମାସ ଧରି ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିଛି। ପାକିସ୍ତାନ ମୁସଲିମ ଲିଗ୍(ପିଏମ୍‌ଏଲ୍‌—ଏନ୍‌) ନେତା ଶାହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ପାକିସ୍ତାନରେ ଏପ୍ରିଲ ୧୧ ତାରିଖରୁ ଶାହବାଜ ଯୁଗର ଆରମ୍ଭ ହୋଇଛି। ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛି। ଶାହବାଜ ସରିଫ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ୍-ନବାଜର ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପୂର୍ବରୁ ଶାହବାଜ ସରିଫ ପାକିସ୍ତାନର ନ୍ୟାସନାଲ ଆସେମ୍ଲିରେ ବିରୋଧୀ ଦଳର ନେତା ଥିଲେ।

ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ନିଜକୁ ପାକିସ୍ତାନର ସେବକ ବୋଲି କହିଛନ୍ତି ଶାହବାଜ। ଶାହବାଜ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ନିଜକୁ ପଞ୍ଜାବର ସେବକ ବୋଲି କହିଥିଲେ। କୁହାଯାଉଛି ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବାରେ ଶାହବାଜଙ୍କର ବେଶ୍ ଭୂମିକା ରହିଛି।

Tags: #PakistanPM #PMShahbazSarif #NewPM #ImranKhan #PMElection

LEAVE A REPLY

Please enter your comment!
Please enter your name here