ଓଡ଼ିଶାଲାଇଭ୍ ବ୍ୟୁରୋ

ପିଓକେରେ ସ୍ଲୋଗାନ – ‘‘ପାକ୍‌ ସେନା ତୁମେ ପିଓକେ ଛାଡ଼’’।

ଭାରତ ଅଧିକୃତ କଶ୍ମୀରକୁ ନେଇ ଇମ୍ରାନ ସରକାର ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ପରେ ଗୋଟିଏ ଚାଲ୍‌ ଖେଳୁଥିବା ବେଳେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅଶାନ୍ତି ଦେଖାଦେଇଛି। ‘ପାକ୍ ସେନା ତୁମେ ପିଓକେ’ ଛାଡ଼ ସ୍ଲୋଗାନ ଏବେ ଇମ୍ରାନ ସରକାରଙ୍କ ଚିନ୍ତା ବଢ଼ାଇଛି।

ପାକିସ୍ତାନ କବଳରୁ ମୁକ୍ତ ହେବାକୁ ଚାହୁଁଛନ୍ତି ପିଓକେବାସୀ। ଯେବେଠୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲାଣି ସେବେଠୁ ପିଓକେରେ ଝଡ଼ ବହୁଛି। ପ୍ରତିଦିନ ଇମ୍ରାନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପିଓକେବାସୀ।

ରବିବାର ମଧ୍ୟ ପିଓକେରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ପାକିସ୍ତାନ ସେନା ପିଓକେ ଛାଡ଼ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ ପିଓକେବାସୀ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇମ୍ରାନ ସରକାର ରାୱଲକୋଟ୍‌, ହଜିରା, ତେତରୀ କୋଟ୍‌ ଜିଲ୍ଲାରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ କରି ଦେଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପିଓକେ ପାକ୍ ସେନା ମଇତରା ମାରୁଛନ୍ତି। ଏପରିକି ସମାନ୍ତବର୍ତ୍ତି ଗାଁର ଲୋକଙ୍କୁ ଭାରତ ସୀମାକୁ ଯିବା ପାଇଁ ଜୋର୍ ଦେଉଛନ୍ତି ପାକିସ୍ତାନ ସେନା। ପିଓକେର ଲୋକେ ଭାରତୀୟ ସେନା ଗୁଳି ମାଡ଼ରେ ଆହତ କିମ୍ବା ମୃତ ହେଲେ ପାକିସ୍ତାନ ଭାରତକୁ ବଦନାମ କରିବା ପାଇଁ ସୁଯୋଗ ପାଇବ ବୋଲି କୁହାଯାଉଛି।

ପାକିସ୍ତାନ ସେନାର ଏଭଳି କାରନାମାକୁ ପିଓକେବାସୀ ନାପସନ୍ଦ କରିଛନ୍ତି। ଏହାକୁ ନେଇ ପିଓକେରେ ଅଶାନ୍ତି ତେଜିଛି।

Comment