ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଇଣ୍ଡିଆ ଟୁ ଡେ କନକ୍ଲେଭ ୧୮ତମ ସଂସ୍କରଣ ଶନିବାର ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜ ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ତାଙ୍କର ଭାବନା କିପରି ଥିଲା ସେ କହିଛନ୍ତି। ବଲିଉଡରେ ଗଡ ଫାଦରଙ୍କ ବିନା ହିଁ  କ୍ୟାରିୟର କରିଥିବା କହିଥିଲେ।

“ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ପୂର୍ବରୁ ମତେ ଇଣ୍ଡଷ୍ଟ୍ରୀ ବିଷୟରେ କିଛି ଜଣାନଥିଲା। ମଧ୍ୟବିତ୍ତ ପରିବାରରୁ ଆସି ଫିଲ୍ମରେ କାମ କରିବା ଏକ ବଡ଼ ପଦକ୍ଷେପ ଥିଲା। ମୋ ପରିବାର ମଧ୍ୟ ଏହାକୁ ନେଇ ଆଶ୍ଚଯ୍ୟ ଥିଲା। କିନ୍ତୁ ମୁଁ ସମ୍ପୂର୍ଣ୍ଣ ନିର୍ଭୟ ଭାବେ କାମ କରିଛି”, କହିଛନ୍ତି ସୋନାଲି।

ଏହି ଅବସରରେ ସେ ତାଙ୍କ ରୋଗ ସମ୍ପର୍କରେ ବି କଥା ହୋଇଛନ୍ତି। ସୋନାଲି କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ତାଙ୍କ ପୁଅ ତାଙ୍କର ବୁହୁତ ଦେଖାଶୁଣା କରୁଥିବା ସେ କହିଛନ୍ତି। ଏହା କହିବା ସମୟରେ ବେଶ୍‌ ଭାବୁକ ହୋଇପଡ଼ିଥିଲେ ସୋନାଲି।

 

LEAVE A REPLY

Please enter your comment!
Please enter your name here