ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୀରପୁତ୍ର ପାଇଲଟ ଅଭିନନ୍ଦନ ଦେଶକୁ ଫେରିବା ପରେ ପୂରା ଦେଶରେ ଖୁସିରି ଲହରୀ ଖେଳିଯାଇଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖାଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଅଭିନନ୍ଦନଙ୍କ ଫେରିବା ନେଇ ଲୋକେ ବିଭିନ୍ନ ପ୍ରକାର ପୋଷ୍ଟ କରିଛନ୍ତି।

ସେହିପରି ବଲିଉଡ କଳାକାର ରଣବୀର ସିଂହଙ୍କଠୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ସମସ୍ତେ ଅଭିନନ୍ଦନଙ୍କ ଫେରିବା ନେଇ ଟୁଇଟ କରିଛନ୍ତି।

ରଣବୀର ସିଂହ ଟୁଇଟ ଜରିଆରେ ପାଇଲଟଙ୍କୁ ସ୍ଵାଗତ ଜଣାଇଛନ୍ତି। ଅଭିନନ୍ଦନ ସାରା ଦେଶ ପାଇଁ ପ୍ରେରଣା ବୋଲି ସେ ଟୁଇଟରେ ଲେଖିଛନ୍ତି।

ବଲିଉଡ ଅଭିନେତା ବରୁଣ ଧୱନ ମଧ୍ୟ ଟୁଇଟ କରି ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇଛନ୍ତି। ସେ ହିଁ ଅସଲି ହିରୋ ବୋଲି ବରୁଣ କହିଛନ୍ତି।

ଏମାନଙ୍କ ବ୍ୟତୀତ ଇମ୍ରାନ ହାସମୀ, ଅନୁଷ୍କା ଶର୍ମା ରିତେଶ ଦେଶମୁଖ ମଧ୍ୟ ଟୁଇଟ କରିଛନ୍ତି।

“ଦେଶର ପ୍ରତି ନାଗରିକ ଆପଣଙ୍କର ଅପେକ୍ଷା କରିଛି। ଆପଣଙ୍କ ପାଇଁ ପୂରା ଦେଶ ଗର୍ବ କରୁଛି”, ଟୁଇଟରେ ଲେଖିଛନ୍ତି ଇମ୍ରାନ।

 

Comment