ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକା ସମାଜରେ ବାୟୁ ପ୍ରଦୁଷଣ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ କାରଣ ହେଉଛି। ବାୟୁ ପ୍ରଦୂଷଣ ପାଇଁ ପ୍ରତିବର୍ଷ ପାଖାପାଖି ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି।

ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ୬ଲକ୍ଷ ଛୋଟ ପିଲାବି ରହୁଛନ୍ତି। ପରିବେଶ ଏତେ ପ୍ରଦୂଷଣ ହୋଇଯାଇଛି ଯେ ପ୍ରତିବର୍ଷ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ସମସ୍ତେ ପ୍ରଦୂଷିତ ବାୟୁରେ ହିଁ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି। ବିଶେଷକରି ଛୋଟପିଲାଙ୍କ ଜୀବନ ଉପରେ ଏହାର ପ୍ରଭାବ ଅଧିକ ରହୁଛି। ଅନେକ ସହରରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ସାମାନ୍ୟଠୁ ୬ଗୁଣା ଅଧିକ ଥିବା ରେକର୍ଡ କରାଯାଉଛି।

ବାୟୁ ପ୍ରଦୂଷଣର ମାତ୍ରା ବଢିବା ପରେ ଏହା ଅନେକ ରୋଗର କାରଣ ପାଲଟୁଛି। ବିଶେଷକରି କ୍ୟାନସର୍‌, ହୃଦରୋଗ ଓ ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗରେ ପୀଡିତ ହେଉଛନ୍ତି ଲୋକେ। ଅନେକ ଲୋକ ମୃତ୍ୟୁବରଣ ବି କରିସାରିଲେଣି।

ଏକ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ କାରଣ ହେତୁ ପିଲାଙ୍କର ମସ୍ତିସ୍କର ବିକାଶ ଠିକ୍‌ସେ ହୋଇପାରିନଥାଏ।

ସଂଯୁକ୍ତ ରାଷ୍ଟ୍ରର ପରିବେଶ ଓ ମାବାଧିକାର ଉପରେ ଜଣେ ଅଧିକାରୀ କହିଛନ୍ତି କି ଠିକ୍‌ ପରିବେଶରେ ନିଶ୍ୱାସ ପ୍ରଶ୍ୱାସ ନେବା ଲୋକଙ୍କର ମୂଳ ଅଧିକାର ଅଟେ। କୌଣସି ଦେଶ ବଢୁଥିବା ବାୟୁ ପ୍ରଦୂଷଣକୁ ଅଣଦେଖା କରିପାରିବ ନାହିଁ।

ଅଧିକାରୀଙ୍କ ଅନୁସାରେ, “ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ। ଅତିତରେ ଅନେକ ଭଲ ପରମ୍ପରାର ଉଦାହରଣ ଅଛି। ଯେମିତିକି ଭାରତ ଓ ଇଣ୍ଡୋନେସିଆରେ ହୋଇଥିବା କାର୍ଯ୍ୟକ୍ରମ। ଯାହା ଜରିଆରେ ଅନେକ ଗରିବ ପରିବାରକୁ ଖାଇବା ବନାଇବାର ନୂଆ ପଦ୍ଧତି ମିଳିପାରିଥିଲା।”

Comment