ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ନିକଟରେ ଯେଉଁ ବାୟୁ ପ୍ରଦୂଷଣ ଦେଖାଦେଇଥିଲା, ତାହାର ପ୍ରଭାବ ବିମାନ ଭଡ଼ା ଉପରେ ବି ଦେଖିବାକୁ ମିଳିଛି। ଯଦି ଆପଣ ଦିଲ୍ଲୀରୁ ଅନ୍ୟ କୌଣସି ଦୂର ସହରକୁ ଯାଉଛନ୍ତି ଆପଣଙ୍କୁ ଅଧିକ ଭଡ଼ା ଦେବାକୁ ହେବ। କିନ୍ତୁ ଦିଲ୍ଲୀ ଯିବା ପାଇଁ ଯଦି ଚାହୁଁଛନ୍ତି ଅତି କମ ଭଡ଼ାରେ ଯାଇହେବ।

ଉଦାହରଣ ସ୍ୱରୂପ, ଏବେ ଦିଲ୍ଲୀରୁ ମୁମ୍ବାଇ ଇକନମି କ୍ଲାସ ଭଡ଼ା ଯାହା ବିଜନେସ କ୍ଲାସ ଭଡ଼ା ବି  ସେୟା। ବୁଧବାର ଦିନ ଦିଲ୍ଲୀ-ମୁମ୍ବାଇ ନନଷ୍ଟପ ବିମାନ ଭଡ଼ା ୨୧ ହଜାର ଟଙ୍କାରେ ପହଞ୍ଚିଥିଲା। ସେହିଦିନ ଦିଲ୍ଲୀରୁ ବ୍ୟାଙ୍କକ୍ ଭଡ଼ା ଥିଲା ମାତ୍ର ୭ ହଜାର ୮୦୦ ଟଙ୍କା।

ପ୍ରଦୂଷଣ କାରଣରୁ ଦେଶର ଅନ୍ୟ ସହରରୁ ଦିଲ୍ଲୀ ଆସିବା ଢେର ଶସ୍ତା ହୋଇଛି। ସେଇ ବୁଧବାର ଦିନ ଯେଉଁମାନେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଥିଲେ ସେମାନଙ୍କୁ ମାତ୍ର ୩ ହଜାର ଟଙ୍କା ଭଡ଼ା ଦେବାକୁ ହୋଇଥିଲା। ଭୁବନେଶ୍ୱର ସମେତ ଅନ୍ୟ ବଡ଼ ବଡ଼ ସହରରୁ ଦିଲ୍ଲୀ ଭଡ଼ା ମଧ୍ୟ  ପୂର୍ବାପେକ୍ଷା ଯଥେଷ୍ଟ କମ୍‌।

ଅବଶ୍ୟ ଦିଲ୍ଲୀରୁ ଅନ୍ୟ ସହର ପାଇଁ ଭଡ଼ା ବୃଦ୍ଧି ପଛରେ ବିମାନ ବନ୍ଦର ମରାମତି ମଧ୍ୟ ଗୋଟିଏ ବଡ଼ କାରଣ। ଭୁବନେଶ୍ୱର ଓ ମୁମ୍ବାଇ ଆଦି ବିମାନ ବନ୍ଦରରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ଫ୍ଲାଇଟ ସଂଖ୍ୟା ହ୍ରାସ ପାଇଛି ଓ ସେହି ଅନୁଯାୟୀ ପରିବର୍ତ୍ତନୀୟ ବା ଡାଇନାମିକ ବିମାନ ଭଡ଼ା ବଢ଼ିବାରେ ଲାଗିଛି।

Comment