ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୭୪କୁ ବୃଦ୍ଧି ଘଟିଛି।

ଆଜି ବାଲେଶ୍ୱର ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେହିପରି କଳାହାଣ୍ଡି, ମୟୂରଭଞ୍ଜ, ଓ ନୟାଗଡ଼ରୁ ୨ ଜଣ ଲେଖାଏଁ, ସୁନ୍ଦରଗଡ଼ ଓ ଝାରସୁଗଡ଼ାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।

ବାଲେଶ୍ୱରର ୪ ମୃତକଙ୍କ ମଧ୍ୟରେ ଜଣେ ୬୮ ବର୍ଷୀୟା ମହିଳା ଥିଲା ବେଳେ ଜଣେ ୫୦ ବର୍ଷୀୟ ଓ ଅନ୍ୟ ୨ ଜଣ ୭୨ ବର୍ଷୀୟ ପୁରୁଷ ଅଛନ୍ତି। ଭୁବନେଶ୍ୱର ୪ ମୃତକଙ୍କ ମଧ୍ୟରେ  ୩୯, ୬୧, ୮୮ ଓ ୭୧ ବର୍ଷୀୟ ପୁରୁଷ ଅଛନ୍ତି।

ସେହିପରି ନୟାଗଡ଼ର ୭୦ ବର୍ଷୀୟ ପୁରୁଷ ଓ ଜଣେ ୫୫ ବର୍ଷୀୟା ମହିଳା, ମୟୂରଭଞ୍ଜର ୫୭ ଓ ୯୨ ବର୍ଷୀୟ ପୁରୁଷ, କଳାହାଣ୍ଡିର ୫୨ ବର୍ଷୀୟ ପୁରୁଷ, ୩୦ ବର୍ଷୀୟା ମହିଳା ଅଛନ୍ତି। ସୁନ୍ଦରଗଡ଼ର ୫୪ ବର୍ଷୀୟ ପୁରୁଷ, ଝାରସୁଗୁଡ଼ାର ୬୦ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି।

Comment