ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜ୍‌ରେ ଆମେ ପଚାରିବୁ ପ୍ରଶ୍ନ। ଫେସ୍‌ବୁକ୍‌ର କମେଣ୍ଟ ବକ୍ସରେ ଆପଣ ଦେବେ ମୂଲ୍ୟବାନ ମତାମତ।’

ଓଡ଼ିଶା ତଥା ଜାତୀୟ ସ୍ତରରେ ପ୍ରତିଦିନ ଘଟୁଥିବା ରାଜନୀତିକ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବର ସମ୍ପର୍କରେ ଲୋକଙ୍କ ମତାମତ ନେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିଯାନ। ଏହାର ନାଁ ରହିଛି ‘ଓପିନିଅନ ଓଡ଼ିଶା’।

ଏହି ‘ଓପିନିଅନ ଓଡ଼ିଶା’ ମାଧ୍ୟମରେ ଆମେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜ୍‌ www.facebook.com/odishalive ରେ ପ୍ରତିଦିନ ପ୍ରଶ୍ନ ପଚାରିବୁ। ଆପଣମାନେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜକୁ ଯାଇ ପ୍ରଶ୍ନ ଦେଖିବେ ଏବଂ ତଳେ ଥିବା କମେଣ୍ଟ ବକ୍ସରେ ଆପଣଙ୍କ ମୂଲ୍ୟବାନ ମତାମତ ଦେଇପାରିବେ।

ମୂଲ୍ୟବାନ ତଥା ଶ୍ରେଷ୍ଠ ମତାମତକୁ ଆମେ ଅଗ୍ରାଧିକାର ଦେବୁ। ଏହି ମତାମତକୁ ନେଇ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ www.odisha.live ରେ ଆମେ ତିଆରି କରିବୁ ନ୍ୟୁଜ୍। ଏହାକୁ ଆପଣ Odisha.live  ଏବଂ ଫେସ୍‌ବୁକ୍‌ ପେଜ୍‌ www.facebook.com/odishalive ରେ ବିସ୍ତୃତ ଭାବେ ପଢ଼ି ପାରିବେ।

“ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତାଙ୍କ ମତାମତକୁ ସବୁବେଳେ ଅଗ୍ରାଧିକାର ଦିଆଯାଇଥାଏ। ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ଯାଇ ଓଡ଼ିଶାଲାଇଭ୍‌ ପକ୍ଷରୁ ‘ଓପିନିଅନ ଓଡ଼ିଶା’ ନାଁରେ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନରେ ଆମେ ପ୍ରତିଦିନ ଓଡ଼ିଶା ତଥା ଜାତୀୟ ସ୍ତରରେ ଘଟୁଥିବା ରାଜନୀତିକ ଏବଂ ବିଭିନ୍ନ ସମ୍ବେଦନଶୀଳ ଘଟଣାକୁ ନେଇ ଆମ ଫେସ୍‌ବୁକ୍‌ ପେଜ୍‌ରେ ମତାମତ ସଂଗ୍ରହ କରିବାକୁ ଯାଉଛୁ। ଏଥିରେ ଆପଣଙ୍କ ସହଯୋଗ ଏବଂ ମୂଲ୍ୟବାନ ମତାମତ ଚାହୁଁଛୁ”, କହିଛନ୍ତି ଓଡ଼ିଶାଲାଇଭ୍‌ ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

‘ଓପିନିଅନ ଓଡ଼ିଶା’ – ଆପଣଙ୍କ ସ୍ୱର। ଓଡ଼ିଶାଲାଇଭ୍‌ର ଏହି ଡିଜିଟାଲ ପ୍ରୟାସ ସହିତ ଯୋଡ଼ି ହୋଇ ଦିଅନ୍ତୁ ଆପଣଙ୍କ ମୂଲ୍ୟବାନ ମତାମତ। ପଢ଼ନ୍ତୁ www.odisha.live

Comment