ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ବେଶ ବଦଳାଇ ବିନ୍ଦାସ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି।

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତୀୟ ଯାଞ୍ଚ ଏଜେନ୍ସି  ବହୁ ଦିନରୁ ଖୋଜୁଛି। ହେଲେ ପଳାତକ ବ୍ୟବସାୟୀ ଲଣ୍ଡନରେ ବୁଲୁଛି। ଭାରତରୁ ୧୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଘୋଟାଲା କରି ଫେରାର ଥିବା ନିରବ ମୋଦିଙ୍କୁ ପ୍ରଥମଥର  କ୍ୟାମେରାରେ କଏଦ କରାଯାଇଛି।

ଏକ ଇଂରାଜୀ ଖବରକାଗଜର ସାମ୍ବାଦିକ ନିରବ ମୋଦିଙ୍କୁ ଲଣ୍ଡନରେ ପାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ମାତ୍ର ସେ କୌଣସି ପ୍ରଶ୍ନର ଉତ୍ତର ନଦେଇ ନୋ କମେଣ୍ଡ କହି ଚାଲିଯାଇଥିଲେ।

ନିଜର ଲୁକ୍‌ ବଦଳେଇ ଲଣ୍ଡନରେ ବେଶ୍‌ ବିନ୍ଦାସରେ ବୁଲୁଛି ନିରବ ମୋଦି। ସେଠାରେ ସେ ନିଜର ନୂଆ ବ୍ୟବସାୟ ବି ଆରମ୍ଭ କରିସାରିଲାଣି। ଭାରତୀୟ ଯାଞ୍ଚ ଏଜେନ୍ସି ତାଙ୍କୁ ଖୋଜୁଥିବାରୁ ସେ ଆଦୌ ଚିନ୍ତିତ ନଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ଶୁକ୍ରବାର ବ୍ୟବସାୟୀ ନୀରବ ମୋଦୀଙ୍କ ଅଲ୍ଲୀବାଗରେ ଥିବା ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି। ନବି ମୁମ୍ୱାଇର ଖିମଜୀ ବିଚରେ ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା। ଯାହାକୁ ୧୦୦ କିଲୋ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସ କରାଯାଇଛି।

Comment