ଓଡ଼ିଶାଲାଇଭ୍ ବ୍ୟୁରୋ

ପୂଜାପାଠ ସମେତ ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କର୍ପୂର।

ସାଧାରଣତଃ ପୂଜାପାଠ କ୍ଷେତ୍ରରେ କର୍ପୂରର ବ୍ୟବହାର ହୋଇଥାଏ। ହେଲେ ବହୁତ କମ୍‌ ଲୋକ ଜାଣିଥିବେ ପ୍ରାକୃତିକ ଗୁଣରେ ଭରପୂର କର୍ପୂରର ବ୍ୟବହାର ଆହୁରି ଅନେକ କାମରେ କରିପାରିବେ। କର୍ପୂରକୁ ପୂଜା ପାଠରେ ବ୍ୟବହାର କରିବା ସହିତ ଶରୀର ପାଇଁ ବ୍ୟବହାର କରିପାରିବେ।

ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଥିଲେ, କୁଣ୍ଡେଇ ହେଉଥିଲେ ସେହି ସ୍ଥାନରେ ନଡ଼ିଆ ତେଲ ମିଶାଇ କର୍ପୂର ଲଗାଇଲେ ଏଥିରୁ ଉପଶମ ମିଳିଥାଏ।

ଏକ ସର୍ଭରେୁ ଜଣା ପଡ଼ିଛି ଯେ କର୍ପୂର ଅଏଲି ସ୍କିନ ଲୋକଙ୍କ ପାଇଁ ବେଶ୍‌ ଉପକାରୀ। ଅଏଲି ସ୍କିନରୁ ମୁକ୍ତି ପାଇବା ପାଇଁ କର୍ପୂରର ପ୍ରୟୋଗ କରିପାରିବେ।

ଅଧିକାଂଶ ସମୟରେ ରୋଷେଇ କରିବା ସମୟରେ ହାତ କିମ୍ବା ଅନ୍ୟ ସ୍ଥାନରେ ଚେଙ୍କ ଲାଗିଯାଇଥାଏ। ଫଲରେ ଶରୀରରେ ପୋଡ଼ା ଚିହ୍ନ ରହିଯାଏ। କିନ୍ତୁ ଯଦି ପୋଡ଼ିବାର ସଙ୍ଗେ ସଙ୍ଗେ ସେହି ସ୍ଥାନରେ କର୍ପୂର ଲଗାଯାଏ ତେବେ ଏହା ଯନ୍ତ୍ରଣାରୁ ମୁକ୍ତି ଦେବା ସହ ପୋଡ଼ା ଚିହ୍ନ ଲଭାଇବାରେ ସହାୟକ ହୋଇଥାଏ।

ଷ୍ଟଡି ଅନୁସାରେ ନଡିଆ ତେଲରେ କର୍ପୂର ମିଶାଇ କେଶରେ ଲଗାଇଲେ ଏହା କେଶ ଝଡ଼ିବା ରୋକିଥାଏ। ରୂପି ସମସ୍ୟା ଦୂର କରିଥାଏ। କେଶକୁ ମଜବୁତ କରିଥାଏ।

Comment