ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ଲାକୋମା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଠିକଣା ସମୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରିଲେ ଲକ୍ଷ ଲକ୍ଷ ଲୋକଙ୍କୁ ଆମେ ଦୃଷ୍ଟି ଶକ୍ତି ହରାଇବାରୁ ରକ୍ଷା କରିପାରିବା।

କୁହାଯାଏ ଭଗବାନଙ୍କର ସବୁଠୁ ସୁନ୍ଦର ସୃଷ୍ଟି ହେଉଛି ପୃଥିବୀ ଓ ଏଠାରେ ରହୁଥିବା ମନୁଷ୍ୟ। କିନ୍ତୁ ଏହି ସୁନ୍ଦର ସମାଜ ସେମାନଙ୍କ ପାଇଁ ଅମାବାସ୍ୟାର ରାତି ସହ ସମାନ ଯେଉଁମାନେ ଏ ସୁନ୍ଦର ପୃଥିବୀକୁ ଦେଖିପାରୁ ନାହାନ୍ତି।

ଆଖିରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ ସେଥି ମଧ୍ୟରୁ ଗ୍ଲାକୋମା ଅନ୍ୟତମ। ଏହି ରୋଗ ବିଷୟରେ ଅନେକ ଲୋକ ଜାଣିପାରିନଥାନ୍ତି। ଯେତେବେଳେ ଏହା ଆରମ୍ଭ ହୋଇଥାଏ ସେତେବେଳେ ପ୍ରାୟ ସମସ୍ତେ ଏହାକୁ ହାଲକା ଭାବେ ନେଇଥାନ୍ତି।

ମାତ୍ର ଗତ କିଛି ବର୍ଷ ହେବ ଅନେକ ସଂଗଠନ ଏନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଲକ୍ଷଣ ଓ ଚିକିତ୍ସା ବାବଦରେ କହୁଛନ୍ତି।

ଗ୍ଲାକୋମା କ’ଣ ?

ଗ୍ଲାକୋମା ଏକ ଆଖି ସମସ୍ୟା। ଆଖିରେ କିଛି ଅପଟିକ୍ସ ନର୍ଭ ଥାଏ ଯାହା ସାହାଯ୍ୟରେ କୌଣସି ବସ୍ତୁ କିମ୍ବା ଘଟଣା ବାବଦରେ ବ୍ରେନକୁ ସଙ୍କେତ ପହଞ୍ଚିଥାଏ। କିନ୍ତୁ ଯେତେବେଳେ ଏହି ସମସ୍ୟା ଦେଖାଦେଇଥାଏ ସେତେବେଳେ ଏହି ଅପଟିକ୍ସ ନର୍ଭ ଠିକ୍‌ସେ କାମ କରିନଥାଏ। ଧିରେ ଧିରେ ଆଖିର ରଶ୍ନି ଦୁର୍ବଳ ହେବାରେ ଲାଗିଥାଏ। ଡାକ୍ତରଙ୍କ ଅନୁସାରେ ଯଦି ଏହି ରୋଗ ବାବଦରେ ସଠିକ୍‌ ସମୟରେ ଜଣାପଡ଼ିଥାଏ ତେବେ ରୋଗୀ ଅନ୍ଧ ହେବାରୁ ରକ୍ଷା ପାଇଯାଇଥାଏ।

ଗ୍ଲାକୋମାର ଲକ୍ଷଣ କଣ?

ଦିନରେ ସବୁକିଛି ଠିକ୍‌ଠାକ୍‌ ଦେଖାଦେଇଥାଏ ମାତ୍ର ସଂଧ୍ୟା ହେବା କ୍ଷଣି କିଛି ଦେଖାଦେଇନଥାଏ

ବଲ୍‌ବ ସାମ୍ନାରେ ଇନ୍ଦ୍ରଧନୁ ଭଳି ଚିତ୍ରଦେଖାଦେବା

ଅଚାନକ ଆଖି ସହ ମୁଣ୍ଡରେ ଯନ୍ତ୍ରଣା ହେବା

ଚଷମାର ପାୱାର ବାରମ୍ବାର ବଢ଼ିବା

ଅନ୍ଧାର ଗୃହକୁ ଆସିବା ପରେ କୌଣସି ପଦାର୍ଥ ପ୍ରତି ଫୋକସ ନହେବା

ଜୋରରେ ମୁଣ୍ଡ ବିନ୍ଧିବା

ଦେଖିବା ଶକ୍ତି କମିଯିବା

ଆଖି ଲାଲ୍‌ ପଡ଼ିବା

ବାନ୍ତି ,ମୁଣ୍ଡବୁଲାଇବା ସହ ସବୁକିଛି ଝାପସା ଦେଖାଦେବା

ଯଦି ଏ ସବୁ ଲକ୍ଷଣ ଦେଖାଦେଉଛି ତେବେ ବିଲମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଗ୍ଲାକୋମା ସଚେତନା ଶିବିର

ସାରା ପୃଥିବୀକୁରେ ଲୋକଙ୍କୁ ଗ୍ଲାକୋମା ରୋଗରୁ ରକ୍ଷା କରିବା ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି। ବିଶେଷ କରି ୱାଲର୍ଡ ଗ୍ଲାକୋମା ଆସୋସିଏସନ ଓ ୱାଲର୍ଡ ଗ୍ଲାକୋମା ପେସେଣ୍ଟ ଆସୋସିଏସନର ମିଳିତ ଉଦ୍ୟମରେ ଗତ ୧୦ ବର୍ଷ ହେବ ଅନେକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି।

LEAVE A REPLY

Please enter your comment!
Please enter your name here