ଓଡ଼ିଶାଲାଇଭ୍‌ ବ୍ୟୁରୋ

Times Of India

ଚଳିତ ବର୍ଷ ଆଇପିଏଲ୍‌କୁ ଆଉ ମାତ୍ର ୧୦ ଦିନ ରହିଲା। କ୍ରିକେଟ ପ୍ରେମୀଙ୍କ ମଧ୍ୟ ରେ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ୍‌- ୨୦୧୯। ଓପନିଂ ମ୍ୟାଚ୍‌ରେ ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଳୁରୁକୁ ଭେଟିବ ଧୋନି ବାହିନୀ ଚେନ୍ନାଇ ସୁପର କିଙ୍ଗ୍‌।

୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ର ଚଳିତ ବର୍ଷ ହେଉଛି ଦ୍ୱାଦଶ ସଂସ୍କରଣ। ତେବେ ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାସରେ ସବୁଠୁ ଅଧିକ ଛକା ମାରି ରେକର୍ଡ କରିଥିବା ଖେଳାଳିଙ୍କ ବିଷୟରେ।

କ୍ରିସ୍‌ ଗେଲ୍‌

ୱେଷ୍ଟ ଇଣ୍ଡିଜ୍‌ ଦଳର କ୍ରିସ୍‌ ଗେଲ୍‌ଙ୍କୁ ‘କିଙ୍ଗ୍‌ ଅଫ୍‌ ସିକ୍ସ୍‌’ କୁହାଯାଏ। ଆଇପିଏଲ୍‌ ଇତିହାସରେ କ୍ରିସ୍‌ ଗେଲ୍‌ ମୋଟ ୧୧୨ ଟି ମ୍ୟାଚ୍‌ ଖେଳିବା ସହିତ ୨୯୨ଟି ଛକା ମାରି ରେକର୍ଡ କରିଛନ୍ତି। ଆଇପିଏଲ୍‌ରେ ଅଧିକ ଛକା ମାରିବା ତାଲିକାରେ କ୍ରିସ୍‌ ଗେଲ୍‌ ହେଉଛନ୍ତି ପ୍ରଥମ। ୧୧୨ ଟି ମ୍ୟାଚ୍‌ ଖେଳି କ୍ରିସ୍‌ ଗେଲ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୯୪ ରନ୍‌ ସଂଗ୍ରହ କରିଛନ୍ତି। ଗେଲ୍‌ଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଜବରଦସ୍ତ ଦମ୍‌ରେ ଖେଲିବା କ୍ରିକେଟ ପ୍ରେମୀଙ୍କୁ ବିଶେଷ ପସନ୍ଦ ଆସିଥାଏ। ତେବେ ଆଇପିଏଲ୍‌ରେ ଅଧିକ ଛକା ମାରିବାରେ ଗେଲ୍‌ ହେଉଛନ୍ତ ପ୍ରଥମ।

ଏ ବି ଡିଭିଲର୍ସ

ଏ ବି ଡିଭିଲର୍ସ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ ଦମ୍‌ଦାର ବ୍ୟାଟ୍ସମ୍ୟାନ୍‌। ଆଇପିଏଲ୍‌ ଇତିହାସର ଅଧିକା ଛକା ମାରିବା ତାଲିକାରେ ଏ ବି ଡି ହେଉଛନ୍ତି ଦ୍ୱିତୀୟ। ଡିଭିଲର୍ସ ୧୪୧ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ମୋଟ ୧୮୬ଟି ଛକା ମାରିଛନ୍ତି। ଏହି ଧୁଆଁଧାର ବ୍ୟାଟ୍ସମ୍ୟାନ ଆଇପିଏଲ୍‌ରେ ୩୯୫୩ ରନ୍‌ ସଂଗ୍ରହ କରିଛନ୍ତି।

ମହେନ୍ଦ୍ର ସିଂହ ଧୋନି

ଏହି ଧାରାରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧୁନାୟକ ମହେନ୍ଦ୍ର ସିଂହ ଧୋନି ତୃତୀୟ ସ୍ଥାନରେ ରହିଛନ୍ତି। ଧୋନି ଆଜି ପର୍ଯ୍ୟନ୍ତ ୧୭୫ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୮୬ଟି ଛକା ମାରିଛନ୍ତି। ଛକାରେ ଡିଭିଲର୍ସଙ୍କ ସମାନ ହେବା ସତ୍ତ୍ୱେ ଧୋନି ଅଧିକ ମ୍ୟାଚ ଖେଳିଥିବାରୁ ସେ ତୃତୀୟ ସ୍ଥାନରେ ରହିଛନ୍ତି। ଧୋନ ଆଇପିଏଲ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪୦୧୬ ରନ୍‌ ସଂଗ୍ରହ କରିଛନ୍ତି।

ସୁରେଶ ରାଇନା

ସବୁଠୁ ଅଧିକ ଛକା ମାରିବା ତାଲିକା ପରବର୍ତ୍ତୀ ଖେଳାଳି ହେଉଛନ୍ତି ଟିମ୍‌ ଇଣ୍ଡିଆର ସୁରେଶ ରାଇନା। ରାଇନା ୧୭୬ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୮୫ଟି ଛକା ଲଗାଇବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍‌ରେ ରାଇନା ମୋଟ ୪୯୮୫ ରନ୍‌ ସଂଗ୍ରହ କରିଛନ୍ତି।

ରୋହିତ ଶର୍ମା

ଏହି କ୍ରମରେ ସୁରେଶ ରାଇନାଙ୍କ ପଛରେ ରହିଛନ୍ତି ରୋହିତ ଶର୍ମା। ରୋହିତ ଶର୍ମା ଆଇପିଏଲ୍‌ରେ ମୋଟ ୧୭୩ଟି ମ୍ୟାଚ ଖେଳି ୧୮୪ଟି ଛକା ମାରିବାର ରେକର୍ଡ କରିଛନ୍ତି। ରୋହିତ ଆଜି ପର୍ଯ୍ୟନ୍ତ ମୋଟ ୪୪୯୩ ରନ୍‌ ସଂଗ୍ରହ କରିଛନ୍ତି।

ବିରାଟ କୋହଲି

ଟିମ୍‌ ଇଣ୍ଡିଆର ଅଧଇନାୟକ ବିରାଟ କୋହଲି ଅଧିକ ଛକା ମାରିବା ତାଲିକାରେ ୬ ନମ୍ବରରେ ଅଛନ୍ତି। ଆଇପିଏଲ୍‌ରେ କୋହଲି ଆଜି ପର୍ଯ୍ୟନ୍ତ ୧୬୩ଟି ମ୍ୟାଚ୍‌ ଖେଳି ୧୭୭ଟି ଛକା ମାରିଛନ୍ତି। ତେବେ ବିରାଟ କୋହଲି ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ରେ ମୋଟ ୪୯୪୮ ରନ୍‌ ସଂଗ୍ରହ କରିଛନ୍ତି।

Comment