ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ଆଇପିଏଲ୍‌। ଏନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢ଼ିବାରେ ଲାଗିଛି। ଚାରିଆଡ଼ି ଏବେ ଖାଲି ଆଇପିଏଲ୍‌କୁ ନେଇ ଚର୍ଚ୍ଚା। ଏହାପୂର୍ବରୁ ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାସରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ବିଷୟରେ।କ୍ରିସ ଗେଲ୍‌

ଟି-୨୦ ଫର୍ମାଟ ଗେଲ୍‌ଙ୍କୁ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଭାବେ ଜଣାଯାଏ। ଛକା ଚୌକାରେ ବିପକ୍ଷଙ୍କ ନିଦ ହଜାଇ ଦେଉଥିଲେ ଗେଲ୍‌। ନିଜ ଆଇପିଏଲ୍‌ କ୍ୟାରିୟରରେ ଗେଲ୍‌ ୧୨୪ ଇଂନିସ ଖେଳି ୩୨୬ ଛକା ମାରିଛନ୍ତି। ଏହାସହ ୬୬ ବଲ୍‌ରେ ୧୭୫ ରନ୍‌ ତାଙ୍କ ଆଇପିଏଲ୍‌ କ୍ୟାରିୟରର ସର୍ବାଧିକ ରନ୍‌। ପୂର୍ବରୁ ବେଙ୍ଗାଳୁରୁ ପକ୍ଷରୁ ଖେଳୁଥିବା ଏହି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି।BGUଏବି ଡିଭିଲିୟର୍ସ

ଆକର୍ଷଣୀୟ ସଟ୍‌ ଖେଳିବାରେ ମାହିର ଡିଭିଲିୟର୍ସ। ଏହି ଦକ୍ଷିଣ ଆଫ୍ରିକିୟ ଖେଳାଳି ଆଇପିଏଲରେ ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା। ଡିଭିଲିୟର୍ସ ଆଇପିଏଲ୍‌ ଇତିହାସରେ ୨୧୨ ଛକା ମାରିଛନ୍ତି। ଏହି ଖେଳାଳି ବେଙ୍ଗାଳୁରୁ ପକ୍ଷରୁ ଖେଳନ୍ତି। ମାତ୍ର ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିସାରିଛନ୍ତି।ମହେନ୍ଦ୍ର ସିଂହ ଧୋନୀ

ଚେନ୍ନାଇକୁ ୩ଥର ଆଇପିଏଲ୍‌ରେ ଚାମ୍ପିୟନ କରିବାର ମୁଖ୍ୟ ଭୂମିକା ଲିଭାଇଛନ୍ତି ଧୋନୀ। ଆଇପିଏଲ୍‌ କ୍ୟାରିୟରରେ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ରହିଛି। ସେ ଆଇପିଏଲରେ ୧୭୦ ଇଂନିସରୁ ୨୦୯ ଛକା ମାରିଛନ୍ତି। ବର୍ତ୍ତମାନ ସେ ଚେନ୍ନାଇ ସୁପର କିଙ୍ଗର କ୍ୟାପଟେନ ରହିଛନ୍ତି। ଏଥର ମଧ୍ୟ ମଧ୍ୟ ତାଙ୍କ ଖେଳର ଯାଦୁଗରି ଦେଖିବାକୁ ମିଳିବ।

Comment