ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଦ୍ୟ ଖାଇବା ପରେ ପେଟ କାଟିବା ସମସ୍ୟାରେ ଅନେକ ପୀଡ଼ିତ ଥାନ୍ତି। ତେବେ ଜାଣନ୍ତୁ ଏଭଳି ସମସ୍ୟା କ’ଣ ପାଇଁ ହୋଇଥାଏ ଏବଂ ଏହାର ପ୍ରତିକାର…

ଖାଇବା ପରେ ଅଳସୁଆ ଲାଗିବା ସ୍ୱାଭାବିକ। ଯଦି ନିଜ ସକ୍ଷମରୁ ଅଧିକ ଖାଦ୍ୟ ସେବନ କଲେ, ଖାଦ୍ୟ ହଜମ ହେବାରେ ସମୟ ଲାଗିଥାଏ। ସେଥିପାଇଁ ଅଳସୁଆ ଏବଂ ନିଦ ଲାଗିଥାଏ। କିନ୍ତୁ ଖାଦ୍ୟ ଖାଇବା ପରେ କିଛି ଜଣଙ୍କ ପେଟ କାଟିଥାଏ। ପେଟ ଯନ୍ତ୍ରଣା ହେବାର ଅନେକ କାରଣ ଥାଏ। ଯଦି ଯନ୍ତ୍ରଣା ପେଟର ଡାହାଣ ପଟେ ହୋଇଥାଏ ତେବେ ଏହା କିଡିନି ଷ୍ଟୋନ ବା ଅଲସରର କାରଣ ହୋଇଥାଏ। ଯଦି ଏହା ବାମ ପଟେ ହୋଇଥାଏ ତେବେ ବଦହଜମି ସମସ୍ୟାର ସଙ୍କେତ ଦେଇଥାଏ।

ଖାଇବା ପରେ କ’ଣ ପାଇଁ ହୋଇଥାଏ ପେଟ ଯନ୍ତ୍ରଣା?

କୋଷ୍ଠକାଠିନ୍ୟ: ଯଦି କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ ଥାନ୍ତି, ତେବେ ଭୋଜନ କରିବା ପରେ ପେଟ କାଟିଥାଏ। ଯଦି ଖାଦ୍ୟ ହଜମ ଠିକ୍‌ ଭାବରେ ହେଉନି, ତେବେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ।

ଗ୍ୟାଷ୍ଟ୍ରିକ୍‌ ସମସ୍ୟା: ଯଦି ଗ୍ୟାସ୍‌ ଜନିତ ସମସ୍ୟାରୁ ପୀଡ଼ିତ ଥିବେ। ଭୋଜନ ପରେ ପେଟ କାଟିଥାଏ। ତଳି ପେଟରେ ଯନ୍ତ୍ରଣା ହୋଇଥାଏ। ଏବଂ ବାନ୍ତି ମଧ୍ୟ ହୋଇଥାଏ।

ଅଲସର: ଭୋଜନ ପରେ ପେଟରେ ଅଧିକ ଯନ୍ତ୍ରଣା ହୋଇଥାଏ। ଅଲସର ଭଳି ସମସ୍ୟା ଥିଲେ ପେଟରେ ଯନ୍ତ୍ରଣା ଦେଖାଦିଏ।

ପ୍ରତିକାର:

ଅଧିକ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ ଅଳ୍ପ ଅଳ୍ପ ଖାଦ୍ୟ ଅଳ୍ପ ଅଳ୍ପ ବ୍ୟବଧାନରେ ସେବନ କରନ୍ତୁ।

ଖାଦ୍ୟକୁ ଚୋବେଇ ଚୋବେଇ ଖାଆନ୍ତୁ।

ଯଦି ଚୋବେଇ ଚୋବେଇ ଖାଇବା ଦ୍ୱାରା ହଜମ ହୋଇଥାଏ। ଠିକ୍‌ ଭାବେରେ ଚୋବାଇ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ସୁବବେଳେ ଭଲ ଖାଦ୍ୟ ଖାଆନ୍ତୁ ଏବଂ ପାଣି ଅଧିକ ମାତ୍ରାରେ ପିଅନ୍ତୁ। ଯଦି ଯନ୍ତ୍ରଣା ଅଧିକ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comment