ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର କମିଟି ଘୋଷଣା ହୋଇଛି। ଇସ୍ତାହାର କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଦପ୍ରକାଶ ଅଗ୍ରୱାଲଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଛି।

କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ପଟ୍ଟନାୟକ ଓ ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝି, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ, ରବି ନନ୍ଦ କମିଟିରେ ସାମିଲ ଅଛନ୍ତି।

ଯୁବ, ଛାତ୍ର, ଆଇଟି ୱିଙ୍ଗ୍‌ ମୁଖ୍ୟ ବି ଇସ୍ତାହାର କମିଟିରେ ସାମିଲ ହୋଇଛନ୍ତି। କିଛି ଚାଷୀ ନେତା, ମହିଳା ସ୍ୱୟଂ ସହାୟିକା ନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି।

Comment