ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ଅଣଓଡ଼ିଆ ଅଫିସରଙ୍କ କଥାରେ ମତେ ଗୋଇଠା ମାରି ନବୀନ ଦଳରୁ ବିଦା କରିଥିଲେ। ମୋର ଗୋଟିଏ ଲକ୍ଷ୍ୟ, ଆସନ୍ତା ନିର୍ବାଚନରେ ନବୀନ ଯେପରି ସରକାର ଗଢ଼ି ନପାରିବେ। ମୁଁ ନବୀନଙ୍କଠାରୁ ପ୍ରତିଶୋଧ ନେବି। ଏନେଇ ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ଲଢ଼େଇ ଜାରି ରଖିବି” ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି।

ଗୁରୁବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବରିଷ୍ଠ ନେତା ଦାମୋଦର ରାଉତ ନବୀନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି। ଦାମ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରତିଶୋଧ ନେବେ ବୋଲି ଦାମ କହିଛନ୍ତି।

ପୁଣି ବିଜେଡିକୁ ଫେରିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ଦାମ ପତିକ୍ରିୟା କହିଛନ୍ତି, “ମୁଁ ପକାଇଥିବା ଛେପ ଢୋକେନି, ନବୀନଙ୍କଠାରୁ ମୁଁ ପ୍ରତିଶୋଧ ନେବି। ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ଲଢ଼େଇ କରିବି। ମୋ ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ।”

ଅନ୍ୟପକ୍ଷରେ ବିଜେପିରେ ମିଶିବା ନେଇ ଦାମ କହିଛନ୍ତି, ଏ ବିଷୟରେ ବର୍ତ୍ତମାନ ମୁଁ କିଛି ଚିନ୍ତା କରିନି, ଆଲୋଚନା ଜାରି ରହିଛି।

Comment