ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଏଭଳି ଦେଶ ଅଛି ସାଇକେଲ ବ୍ୟବହାର ପାଇଁ ଲୋକଙ୍କୁ ଟଙ୍କା ଦେଉଛନ୍ତି ସରକାର। ନେଦରଲାଣ୍ଡ ସରକାରଙ୍କ ଏହି ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି। ଏଭଳି ଲୋଭନୀୟ ଅଫର ପାଇଁ ଏହି ଦେଶର ଲୋକେ କାର କିମ୍ବା ବାଇକ ଅପେକ୍ଷା ସାଇକେଲ ଚଳାଇବାରେ ପ୍ରାଥମିକତା ଦେଉଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଲୋକଙ୍କ ଘରେ ଘରେ ବାଇକ ଓ କାର ଅପେକ୍ଷା ଅଧିକ ସାଇକେଲ ରହିଛି। ଖାଲି ସେତିକି ନୁହେଁ ସାଇକେଲରେ ଅଫିସ ଗଲେ ପ୍ରତି କିଲୋମିଟର ପିଛା ୧୬ ଟଙ୍କା ଦେଉଛନ୍ତି ସରକାର।

ଲୋକଙ୍କ କହିବା ଅନୁସାରେ ବିଶ୍ୱରେ ନେଦରଲାଣ୍ଡ ହିଁ ପ୍ରଥମ ଦେଶ ଯେଉଁଠି ସବୁଠୁ ଅଧିକ ସାଇକେଲ ଚାଲୁଛି। ସାଇକେଲ ଚଲାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ସାଇକେଲ ପାର୍କିଂ, ସୁରକ୍ଷା ସହିତ ଚଲାଇବା ପାଇଁ ଉନ୍ନତମାନର ଭିତ୍ତିଭୂମି ଉପଲବ୍ଧ କରାଇଛନ୍ତି। ସାଇକେଲ ଚଲାଇବା ପାଇଁ ଭଡ଼ାରେ ମଧ୍ୟ ମିଳୁଅଛି। ଅଫିସ ଯାଉଥିବା କର୍ମଚାରୀଙ୍କୁ ପ୍ରତି କିମି ପିଛା ୧୬ ଟଙ୍କା ମିଳୁଥିଲାବେଳେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସାଇକେଲ ଭଡାରେ ନେଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ।

ନିୟମ ପାଳନ ପାଇଁ ନେଦରଲ୍ୟାଣ୍ଡ ସରକାର କମ୍ପାନିଗୁଡ଼ିକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ସହରରେ ସାଇକେଲ ଚଲାଇବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇଛି। ଏହାଛଡ଼ା ସ୍ଥାନେ ସ୍ଥାନେ ବଡ଼ବଡ଼ ପାର୍କିଂ ସହ ସାଇକେଲ ଷ୍ଟାଣ୍ଡ କରାଯାଇଛି। ଭାରତରେ ମଧ୍ୟ ପ୍ରଦୂଷଣ କମ୍ କରିବା ପାଇଁ ସରକାର ଇ-ସାଇକେଲ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଇଛନ୍ତି।

Comment