ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଜୁନ୍ ୩, ବିଶ୍ୱ ବାଇସାଇକେଲ ଦିବସ। ୨୦୧୮ରୁ ପ୍ରତିବର୍ଷ ଏହି ଦିନକୁ  ବିଶ୍ୱ ବାଇସାଇକେଲ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆସନ୍ତୁ ଜାଣିବା ସାଇକେଲ ଚଳାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

ଯାନବାହାନ ବ୍ୟବହାର ଦ୍ୱାରା ସେଥିରୁ ନିର୍ଗତ ଧୂଆଁ ପରିବେଶକୁ ପ୍ରଦୂଷଣ କରିଥାଏ। ଫଳରେ ଆମେ ଅନେକ ରୋଗର ଶିକାର ହୋଇଥାଉ। ହେଲେ ସାଇକେଲ ବ୍ୟବହାର କଲେ ଆମେ ଏକ ସୁସ୍ଥ ସବଳ ପରିବେଶ ଗଠନ କରିପାରିବା। ଯାହାଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ପାଇ ପାରିବା।

ଗାଡ଼ିରେ କେଉଁ ସ୍ଥାନକୁ ଯିବା ଅପେକ୍ଷା ସାଇକେଲ ମାଧ୍ୟମରେ ଯିବା ଭଲ। କାରଣ ସାଇକେଲରେ ଗଲେ ଯିବା ସମୟରେ ଆମର ଏକ ପ୍ରକାରର ଶାରୀରିକ ବ୍ୟାୟାମ ହେବ। ଏହା ଫଳରେ ଆମେ ଶରୀରରେ ଥିବା ବିଭିନ୍ନ ରୋଗକୁ ମଧ୍ୟ ଏହି ବ୍ୟାୟାମ ଦ୍ୱାରା ଦୂର କରିବାରେ ସକ୍ଷମ ହୋଇଥାଉ।

ଯାନବାହନ ବହୁଳ ବ୍ୟବହାର କରିବା ଫଳରେ ଏହାର ଇନ୍ଧନର ଆମଦାନୀ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯାହା ଆମ ଅର୍ଥନୀତିକୁ ପ୍ରଭାବିତ କରୁଛି। ହେଲେ ଅଧିକରୁ ଅଧିକ ଲୋକ ସାଇକେଲ ବ୍ୟବହାର କଲେ ଏହା ଦ୍ୱାରା ଆମେ ଉକ୍ତ ଇନ୍ଧନକୁ ବଞ୍ଚାଇ ପାରିବା। ଏହା ଆମ ଦେଶ ଅର୍ଥନୀତିକୁ ମଧ୍ୟ ସୁସ୍ଥ କରିବାରେ ସହାୟକ ହେବ।

ପ୍ରତିଦିନ ସାଇକେଲ ଚଳାଇଲେ ଓଜନ ମଧ୍ୟ ହ୍ରାସ ହୋଇଥାଏ।

Comment