ଓଡ଼ିଶାଲାଇଭ୍ ବ୍ୟୁରୋ

ସାଇକେଲ୍ ଚାଳକମାନେ ଫୋନରେ ଗପିଲେ କିମ୍ବା ମଦ ପିଇ ସାଇକେଲ୍ ଚଳାଇଲେ ସେମାନଙ୍କୁ ଦେବାକୁ ପଡ଼ିବ ଫାଇନ୍। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ହେଲେ ଏହି ନିୟମ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଏକ ଦେଶରେ ଲାଗୁ ହୋଇଛି।

ଆମ ଦେଶ ଭାରତରେ ସାଇକେଲ୍ ଚାଳକମାନଙ୍କ ପାଇଁ ସେଭଳି କୌଣସି ନିର୍ଦ୍ଧିଷ୍ଟ ସଡ଼କ ନିୟମ ନାହିଁ। ଯେଉଁ କାରଣରୁ ଭାରତରେ ସାଇକେଲ୍ ଚାଳକଙ୍କୁ କେବେ ବି କୌଣସି ସ୍ଥାନରେ ଫାଇନ୍ ଦେବା କଥା ଆପଣ ଶୁଣିନଥିବେ। ତେବେ ଜାପାନରେ କିନ୍ତୁ ଏହି କଥାର ବିପରୀତ କଥା ଦେଖିବାକୁ ମିଳିଥାଏ। ଜାପାନରେ ଯଦି କୌଣସି ସାଇକେଲ୍ ଚାଳକ ଫୋନରେ ଗପି କିମ୍ବା ମଦ ପିଇ ସାଇକେଲ୍ ଚଳାନ୍ତି ତେବେ ତାଙ୍କୁ ଫାଇନ୍ କଟାଯିବା ସହିତ ଜେଲ ଦଣ୍ଡ ଦିଆଯିବା ଭଳି ମଧ୍ୟ ବ୍ୟବସ୍ଥା ଅଛି।

ଏପରିକି ସାଇକେଲ ଚଳାଇବା ସମୟରେ ଛତାର ବ୍ୟବହାର କଲେ ମଧ୍ୟ ଜାପାନବାସୀଙ୍କୁ ଫାଇନ୍ ଦେବାକୁ ପଡ଼ିବ ବୋଲି ଅଦ୍ଭୁତ ନିୟମ ରହିଛି।

ଅସଲ କଥା ହେଲା ଜାପାନରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଥିଲେ। ତେଣୁ ଏହି ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ଜାପାନରେ ଅନେକ ନୂଆ ନିୟମ ପ୍ରଣୟନ ହୋଇଥିଲା। ଏହା ମଧ୍ୟରେ ସାଇକେଲ୍ ଚାଳନାକୁ ନେଇ କେତୋଟି ନିୟମ ପ୍ରଚଳନ ହୋଇଥିଲା।

Comment