ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜଙ୍ଗଲ ଏବଂ ଜଳ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜଣେ ୧୭ ବର୍ଷ ନାବାଳକ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ଦେଶର ସମସ୍ତ ରାଜ୍ୟକୁ ସାଇକେଲରେ ଯାତ୍ରା କରି ସେ ଏହି ବାର୍ତ୍ତା ଦେବାକୁ ବାହାରି ପଡ଼ିଛନ୍ତି। ନାବାଳକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର କେ ରାମୁ।

ଦଶମ ଶ୍ରେଣୀ ପାସ୍ କରିବା ପରେ ରାମୁ ଜଙ୍ଗଳ ଏବଂ ଜଳ ସୁରକ୍ଷା ନିମନ୍ତେ ଦେଶବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଥିବା ପିତାମାତାଙ୍କୁ ଜଣାଇଥିଲେ। ପରିବାର ସହଯୋଗରେ ରାମୁ ବାହାରିଛନ୍ତି ସାଇକେଲରେ ଭାରତର ପ୍ରତିଟି ରାଜ୍ୟକୁ ଯାଇ ଏ ଦିଗରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବାକୁ।

କେ ରାମୁ ସାଇକେଲରେ ବିଶାଖାପାଟଣାରୁ ବାହାରି ବିଜୟନଗର ଦେଇ ସାଲୁର ପହଞ୍ଚିଥିଲା। ଶନିବାର ଦିନ ସେ ଜୟପୁରରେ ପହଞ୍ଚିଛନ୍ତି। ଚାରି ମାସ ମଧ୍ୟରେ ସେ ନିଜର ଏହି ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଯାତ୍ରା ପାଇଁ ସେ ସ୍ଵତନ୍ତ୍ର ସାଇକେଲ ସହ ଆବଶ୍ୟକୀୟ ପୋଷାକ ଏବଂ ଅନ୍ୟାନ୍ୟ ଜିନିଜ ନିଜ ସାଙ୍ଗରେ ନେଇଛନ୍ତି। ରାମୁ ଜୟପୁରରେ ପହଞ୍ଚିବା ପରେ ତାଙ୍କୁ ଏଠାରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Tags: #KRamu #Travels #Bicycle #WaterandForestSafety #joypure

LEAVE A REPLY

Please enter your comment!
Please enter your name here