ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଏକ ରେକର୍ଡର ଅଧିକାରୀ ହେଲେ ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ଦିନିକିଆ କ୍ରିକେଟ୍‌ରେ ୮ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ରୋହିତ। ରୋହିତ ଶର୍ମା ୨୦୬ଟି ଦିନିକିଆ ଇନିଂସ୍‌ ଖେଳି ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।

୮ ହଜାର ରନ୍‌ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମରେ ବିରାଟ କୋହଲି ଓ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସ ରହିଛନ୍ତି। ତେବେ ରୋହିତଙ୍କ ଏହି ରେକର୍ଡ ପୂର୍ବତନ ଭାରତୀୟ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ସହ ସମାନ ରହିଛି। ଗାଙ୍ଗୁଲି ମଧ୍ୟ ୨୦୬ ଇନିଂସ ଖେଳି ୮ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ।

ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ରୋହିତ ଏହି ସଫଳତା ହାସଲ କରିଛନ୍ତି। ରୋହିତ ମୋଟ ୨୦୬ ଦିନିକିଆ ଖେଳି ୮ ହଜାର ୧୦ ରନ୍ ସ୍କୋର କରିଛନ୍ତି। ଏଥିମଧ୍ୟରୁ ୨୨ଟି ଶତକ, ୪୧ଟି ଅର୍ଦ୍ଧଶତକ ରହିଛି।

Comment